www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ରକକୁ ଧକ୍କା ଦେଲା ଟ୍ରକ ; ୩ ମୃତ

ବାଗପତ : ଉତ୍ତରପ୍ରଦେଶର ବାଗପତ ଜିଲାରେ ଇଷ୍ଟର୍ଣ୍ଣ ପେରିଫେରସଲ ଏକ୍ସପ୍ରେସୱେରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକୁ ଆଉ ଏକ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନାନୁଯାୟୀ, ବାରାଗାଓଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସମ୍ବାଲ୍‍ ଜିଲା ଦୀପେ ଗାଁର ବାସିନ୍ଦା ଉକ୍ତ ବ୍ୟକ୍ତି ନିଜ ଭାଇ ଓ ପୁଅ ସହ ସମ୍ବାଲ୍‍ ରୁ ପଞ୍ଜାବ ଯାଉଥିଲେ । ସେହି ସମୟରେ ଟ୍ରକ ଚାଳକଙ୍କୁ ହଠାତ ନିଦ ଲାଗିବାରୁ ସେ ତାଙ୍କ ଭାଇ ଓ ପୁଅ ଟ୍ରକର ଶେଷ ଭାଗରେ ବିଶ୍ରାମ ନେଉଥିଲେ। ସେହି ସମୟରେ ଗାଜିୟାବାଦରୁ ଦ୍ରୁତ ଗତିରେ ଆସୁଥିବା ଆଉ ଏକ ଟ୍ରକ ପଛପଟୁ ଏହି ଟ୍ରକକୁ ଧକ୍କା ଦେଇଥିଲା। ଏହାପରେ ୩ ଜଣଙ୍କ ଉପରେ ଚଢାଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ପୁଲିସ ପହଞ୍ଚି ସମସ୍ତ ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ୨ ଜଣଙ୍କର ଘଟଣାସ୍ଥଳରେ ଓ ଜଣଙ୍କର ଚିିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହ ତଦନ୍ତ ଜାରି ରଖିଛି।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories