www.samajalive.in
Wednesday, December 10, 2025
26.1 C
Bhubaneswar

ଜୁଲାଇ ୧ରୁ ଅନଲକ୍ ଦ୍ବିତୀୟ ପର୍ଯ୍ୟାୟ: ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର

କରୋନା ସଂକ୍ରମଣ ଭିତରେ ଆଜି ଭାରତର ସରକାର ଅନଲକ-୨ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ଜୁଲାଇ ୧ରୁ ସମଗ୍ର ଦେଶରେ ଅନଲକ-୨ କାର୍ଯ୍ୟକାରୀ ହେବ ବୋଲି ଘୋଷଣା ହୋଇଛି । ଏହି ସମୟରେ ରାତି ୧୦ରୁ ସକାଳା ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ । କେବଳ ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ଓ ଗାଡ଼ିଗୁଡ଼ିକୁ ଏହି ସମୟରେ ଯିବା ଆସିବାର ସୁବିଧା ମିଳିବ।

କେନ୍ଦ୍ର ସରକାରଙ୍କ ନୂଆ ମାର୍ଗଦର୍ଶିକା ଅନୁସାରେ ଜୁଲାଇ ୧ରୁ ୩୧ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ପୂର୍ବବତ୍ ଲକ୍ଡ଼ାଉନ ନିୟମ କଡ଼ାକଡ଼ି ଲାଗୁ କରାଯିବ । କେବଳ ଜରୁରୀ ସେବା ଭିନ୍ନ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଏଠାରେ ବନ୍ଦ ରହିବ ।

- Advertisement -

ଅନଲକ୍ ଦ୍ବିତୀୟ ପର୍ଯ୍ୟାୟରେ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ମନୋରଞ୍ଜନ, କ୍ରୀଡ଼ା କାର୍ଯ୍ୟକ୍ରମ ଆଦି ଉପରେ ପୂର୍ବପରି ପ୍ରତିବନ୍ଧକ ରହିବ । ଏହି ସମୟରେ ସିନେମା ହଲ, ସ୍କୁଲ-କଲେଜ, ରାଜନୈତିକ ସମାବେଶ, ସାମାଜିକ ଉତ୍ସବ, କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ରହିବ । ସ୍ବିମିଂ ପୁଲ, ଜିମ୍, ବାର୍ ଉପରେ ମଧ୍ୟ କଟକଣା ବଳବତ୍ତର ରହିବ ।

ଅନଲକ-୨ରେ ସରକାର କିଛି ନିୟମ କୋହଳ କରିଛନ୍ତି। ଆସନ୍ତା ୧୫ ତାରିଖରୁ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟ୍ରେନିଂ ଅନୁଷ୍ଠାନଗୁଡ଼ିକ ଖୋଲିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ହେଲେ ଏଠାରେ ସମସ୍ତ ପ୍ରକାରର କରୋନା କଟକଣା ନିୟମ ପାଳନ କରିବାକୁ ପଡ଼ିବ।

ଅପରପକ୍ଷରେ ଟ୍ରେନ୍ ଓ ଆନ୍ତର୍ଜାତିକ ବିମାନ ଚଳାଚଳ ସଂପର୍କରେ ଅନଲକ୍ ଦ୍ବିତୀୟ ପର୍ଯ୍ୟାୟରେ କିଛି ସୂଚନା ଦିଆଯାଇ ନାହିଁ । ପୂର୍ବରୁ ଦେଶରେ ସମସ୍ତ ଟ୍ରେନ୍ ଓ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ରହିଛି ।

ତେବେ ସର୍ବସାଧାରଣ ସ୍ଥାନ, କର୍ମସ୍ଥଳୀ ଓ ଯିବା ଆସିବା ବେଳେ ମାସ୍କ ପିନ୍ଧିବା, ପରସ୍ପରଠାରୁ ୬ ଫୁଟ ଦୂରତା ପାଳନ କରିବା, ବିବାହ ସମୟରେ ସର୍ବାଧିକ ୫୦ ଓ ମୃତ କର୍ମରେ ୨୦ ଜଣଙ୍କ ସର୍ବାଧିକ ଉପସ୍ଥିତି, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ କଟକଣା ପୂର୍ବପରି ରହିଛି । ଏହାଛଡ଼ା ସର୍ବସାଧାରଣ ସ୍ଥାନରେ ପାନ, ଗୁଟଖା, ମଦ ପାନ କରିବା ଉପରେ ନିଷେଧାଦେଶ ରହିଛି । ୱାର୍କଫ୍ରମ୍ ହୋମକୁ ପୂର୍ବପରି ବଳବତ୍ତର ରଖିବା, ଅଫିସମାନଙ୍କରେ ସାମାଜିକ ଦୂରତା କାର୍ଯ୍ୟକାରୀ କରିବା, ଲୋକଗହଳି ସ୍ଥାନକୁ ସାନିଟାଇଜ କରିବା, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି ।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories