www.samajalive.in
Wednesday, December 10, 2025
26.1 C
Bhubaneswar

୫ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ: ନିବେଶ ହେବ ୬୦୯ କୋଟି, ନିଯୁକ୍ତି ପାଇବେ ୧୫୦୦

ଏକକ ବାତାୟନ ମାଧ୍ୟମରେ ରାଜ୍ୟରେ ୫ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ସରକାର । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି । ଏଥିରେ ୬୦୯ କୋଟି ଟଙ୍କା ଟଙ୍କା ନିବେଶ ହେବ ଓ ୧୫୦୦ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ ।

- Advertisement -

ଲୋକସେବା ଭବନରେ ସୋମବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କମିଟିରେ ମେସର୍ସ ରିଲାଏବଲ୍ ସ୍ପଞ୍ଜ ପ୍ରାଇଭେଟ୍ ଲିମିଟେଡ ରାଜ୍ୟରେ ବାର୍ଷିକ ଅଢ଼େଇ ନିୟୁତ ଟନ୍ ବିଶିଷ୍ଟ ଓ ବର୍ଷକୁ ୨ନିୟୁତ୍ ଟନ ବିଶିଷ୍ଟ ପିଲେଟ୍ ପ୍ଲାଣ୍ଟ ସ୍ଥାପନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଏହି ପ୍ରକଳ୍ପରେ କମ୍ପାନୀ ୨୫୦ କୋଟି ଟଙ୍କା ନିବେଶ କରିବ ଏବଂ ପ୍ରାୟ ୨୫୦ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ । ସେହିପରି ମେସର୍ସ ଗ୍ରୋଏଲ୍ ଫିଡସ୍ ପ୍ରାଃ ଲିଃ ରାଜ୍ୟରେ ଚିଙ୍ଗୁଡ଼ି ଓ ମାଛ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ନିମନ୍ତେ ୬୫.୮୨ କୋଟି ଟଙ୍କା ନିବେଶ କରିବ। ଏହାଦ୍ୱାରା ପ୍ରାୟ ୭୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆକଳନ କରାଯାଇଛି।

ମେସର୍ସ ଶ୍ରବଣ ସିପିଂ ସର୍ଭିସ ପ୍ରାଃ  କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକର ଯଦୁପୁରଠାରେ ଏକ ଲଜିଷ୍ଟିକ ପାର୍କ ସ୍ଥାପନ କରିବ। ଏହି ପ୍ରକଳ୍ପରେ ୧୦୦କୋଟି ଟଙ୍କା ନିବେଶହେବ । ଏହାଦ୍ୱାରା ପ୍ରାୟ ୨୫୦ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ଚିଲିକା ଡିଷ୍ଟିଲାରିସ୍ ପ୍ରାଃ ଲିଃ ରାଜ୍ୟରେ ୯୯.୯୭କୋଟି ଟଙ୍କାରେ ଦୈନିକ ୧୧୦ କିଲୋଲିଟର କ୍ଷମତା ବିଶିଷ୍ଟ ଏକ ଡ଼ିଷ୍ଟିଲାରୀ ସ୍ଥାପନ କରିବ । ଏଥିରେ ୧୭୦ ଜଣ ନିଯୁକ୍ତି ପାଇବେ ବୋଲି ଆକଳନ ହୋଇଛି । ମେସର୍ସ ସୋମ୍ ଡିଷ୍ଟିଲାରିସ୍ ଆଣ୍ଡ ବ୍ରିୱିରିଜ୍ ଓଡ଼ିଶା ପ୍ରାଃ ଲିଃ ରାଜ୍ୟରେ ୧୨୦କେଏଲପିଡି କ୍ଷମତା ବିଶିଷ୍ଟ କମ୍ପାନୀ ସ୍ଥାପନ କରିବ । ଏଥିରେ ୧୨୬ ଜଣ ନିଯୁକ୍ତି ପାଇବେ ଓ ପ୍ରକଳ୍ପ ନିମନ୍ତେ ୯୩ କୋଟି ଟଙ୍କା ବ୍ୟୟ ହେବ ବୋଲି ସୂଚନା ମିଳିଛି । ଏହି ବୈଠକରେ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories