www.samajalive.in
Thursday, December 11, 2025
15.1 C
Bhubaneswar

ରୋଜଗାର ମେଳାରେ ୧୮୧ ଜଣଙ୍କୁ ନିଯୁକ୍ତିପତ୍ର ବିତରଣ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ଆମ ଦେଶକୁ ଦୁନିଆର ଏକ ନମ୍ବର ଅର୍ଥନୀତିର ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଯୁବଶକ୍ତିଙ୍କୁ ବିଲକ୍ଷଣ ପ୍ରତିଭାର ଅଧିକାରୀ ହେବାକୁ ପଡିବ। ଏଥିପାଇଁ ସଫ୍ଟଓୟାର ଭଳି ଦୁଇଟି କୋଡିଂକୁ ନିଜ ମନ ଭିତରେ ରଖିବା ପାଇଁ ପଡିବ । ତାହା ହେଲା ‘ମୁଁ ଯାହା କରୁଛି, ସମାଜ, ଦେଶ ଏବଂ ମାନବତା ପାଇଁ କରୁଛି’ ଏବଂ ଅନ୍ୟଟି ହେଲା ‘ଆମକୁ ଖୋଲା ମନରେ ନିଷ୍ପତି ନେବାକୁ ହେବ’ । ଏହି ଦୁଇଟି ମନୋଭାବ ରଖିଲେ ହିଁ ଆଗାମୀ ଦିନରେ ବିକଶିତ ଭାରତର ସଂକଳ୍ପ ପୂରଣ ହୋଇପାରିବ ବୋଲି ନବନିଯୁକ୍ତ ରୋଜଗାର ପାଇଥିବା ଯୁବପିଢୀଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି ।

ଶନିବାର ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମ ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ସପ୍ତମ ପର୍ୟ୍ୟାୟ ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଭାରତ ସରକାରଙ୍କ ସିବିଆଇସି, ନାଲକୋ, ସେଲ୍, ଡାକ ବିଭାଗ, ଆଇଆଇଟି ଭୁବନେଶ୍ୱର, ବ୍ୟାଙ୍କ ସମୂହ, ଭାରତୀୟ ରେଳ, ଭାରତୀୟ ଖାଦ୍ୟ ନିଗମ ତଥା ବିଭିନ୍ନ ବିଭାଗରେ ୧୮୧ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଥିବା ସମସ୍ତ ଯୁବସାଥୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ଅଭିବୃଦ୍ଧି ଦ୍ରୁତ ଗତିରେ ଆଗକୁ ବଢୁଛି । ଭାରତ ବିଶ୍ୱର ତୃତୀୟ ଉର୍ଜା ଉପଭୋକ୍ତାର ରାଷ୍ଟ୍ର ହୋଇଛି । ଭାରତ ୩ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହୋଇଛି । ବିଶ୍ୱର ପଞ୍ଚମ ଅର୍ଥନୀତିର ରାଷ୍ଟ୍ର ଭାବେ ପରିଚିତ ହୋଇଛି । ଦେଶରେ ବିଗତ ବର୍ଷ ମାନଙ୍କରେ ଡିଜିଟାଲ ଅର୍ଥ କାରବାର, ଟେଲି ଯୋଗାଯୋଗ, ବ୍ୟାଙ୍କ୍, ଡାକ ବିଭାଗ, ଭାରତୀୟ ରେଳ ବିଭାଗ, ଷ୍ଟାର୍ଟଅପ୍ ଭଳି ବିଭିନ୍ନ କ୍ଷେତ୍ରରେ ନୂଆ ଉଚ୍ଚତାକୁ ଯାଉଛି ।

- Advertisement -

ଆଗାମୀ ୨୫ ବର୍ଷର କଳ୍ପନା ଆମ ପାଖରେ ଅଛି । ପ୍ରଧାନମନ୍ତ୍ରୀ ମୋଦୀ ନବନିଯୁକ୍ତ ରୋଜଗାର ପାଉଥିବା ଯୁବଶକ୍ତିଙ୍କୁ ଅମୃତ ପିଢୀର ବିକଶିତ ଭାରତର ଜଣେ ଜଣେ ଯୋଦ୍ଧା ବୋଲି ଅଭିହିତ କରିଛନ୍ତି । ଆଧୁନିକ ଦୁନିଆରୁ ସମସ୍ତଙ୍କୁ ଇଜ୍ ଅଫ୍ ଲିଭିଂରେ ଅଭ୍ୟସ୍ତ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ତେଣୁ ଭାରତକୁ ଆଗକୁ ନେବାକୁ ହେଲେ ଯୋଜନା କରିବାକୁ ପଡିବ । ଗବେଷଣା ସହ ନବସୃଜନ କରିବାକୁ ପଡିବ। ବର୍ତ୍ତମାନ ସମୟରେ ଆର୍ଟିଫିସିଆଲ ବା ଏଆଇ ଏବଂ ହ୍ୟୁମାନ ଇଣ୍ଟେଲିଜେନ୍ସ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଏହାକୁ ଦୃଷ୍ଟିରେ ରଖି ନୂତନ ପୃଥିବୀରେ ଭାରତକୁ ନୂଆ ଶିଖରରୁ ନେବା ପାଇଁ ନୂଆ ଚିନ୍ତାଧାରା ମାଧ୍ୟମରେ ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହନ ଦେବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories