www.samajalive.in
Friday, December 12, 2025
26.1 C
Bhubaneswar

ରୁଷ୍‌ ଉପରେ ୟୁକ୍ରେନ୍‌ର ସବୁଠୁ ବଡ ଡ୍ରୋନ ଆକ୍ରମଣ – ରୁଷ୍‌ର ଅନେକ ଯୁଦ୍ଧ ବିମାନ ନଷ୍ଟ

ଭୁବନେଶ୍ୱର /ମସ୍କୋ- ରୁଷ୍‌ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରିଥିବା ବେଳେ ୟୁକ୍ରେନ ମଧ୍ୟ ଏହାର କଡା ଜବାବ ଦେଇଛି । ୟୁକ୍ରେନ ରୁଷ୍‌ ଉପରେ ସବୁଠୁ ବଡ ଡ୍ରୋନ ଆକ୍ରମଣ କରିଛି । ଏଥିରେ ରୁଷ୍‌ର ୪ଟି ବିମାନ ବନ୍ଦର ନଷ୍ଟ ହୋଇଥିବା ବେଳେ ୪୧ ଟି ଯୁଦ୍ଧ ବିମାନ ନଷ୍ଟ ହୋଇଥିବା ସୂଚନା ମିଳିଛି । ରୁଷ୍‌ର ୪ହଜାର କିଲୋମିଟର ଭିତରେ ପଶି ୟୁକ୍ରେନ ଏହି ଆକ୍ରମଣ କରିଛି । ଏହି ଆକ୍ରମଣର କୋଡ୍‌ ନେମ୍‌ ୟୁକ୍ରେନ୍‌ ପକ୍ଷରୁ ଓ୍ୱେବ ରଖାଯାଇଥିଲା ।

ଟ୍ରକ ଉପରେ କାଠ ଘୋଡଣୀ ରଖାଯାଇ ଡ୍ରୋନକୁ ୟୁକ୍ରେନ୍‌ ପକ୍ଷରୁ ରୁଷ୍‌କୁ ପଠାଯାଇଥିଲା । ବିଭିନ୍ନ ଯୁଦ୍ଧ ବିମାନ ଥିବା ବିମନ ବନ୍ଦର ନିକଟରେ ଏହି ଟ୍ରକ ରଖାଯାଇଥିଲା। ଆକ୍ରମଣ ସମୟରେ ଟ୍ରକର ଘୋଡଣୀ ରିମୋଟ୍‌ରେ ଖୋଲାଯାଇ ଏହି ଆକ୍ରମଣ କରାଯାଇଥିଲା । ଆକ୍ରମଣର ଯୋଜନା ପ୍ରାୟ ଦେଢ ବର୍ଷ ହେଲା ୟୁକ୍ରେନ କରିଥିବା ସୂଚନା ମିଳିଛି । ୟୁକ୍ରେନ ଏଥିରେ ଏଫ୍‌ପିଭି ବା ଫର୍ଷ ପର୍ସନ ଭ୍ୟୁ ଡ୍ରେନ ବ୍ୟବହାର କରିଛି।

- Advertisement -

ରୁଷ୍‌ ସୀମାର ୪୦୦୦ କିଲୋମିଟର ଦୂରରେ ଥିବା ବୋଲାୟା ଏୟାରବେସ୍‌ରେ ମଧ୍ୟ ଆକ୍ରମଣ କରାଯାଇଛି । ଏଥିରେ ରୁଷ୍‌ର ଏ-୫୦, ଟିୟୁ ୯୫ ଏବଂ ଟିୟୁ ୨୨ ଏମ୍‌ ଥ୍ରୀ ଯୁଦ୍ଧ ବିମାନ ନଷ୍ଟ ହୋଇଛି । ଏକ ଭିଡିଓରେ ରୁଷ୍‌ର ଅନେକ ଯୁଦ୍ଧ ବିମାନ ଏକାଠି ଜଳୁଥିବା ଦେଖିବା ପାଇଁ ମିଳିଛି ।

ଅଳ୍ପ ଟଙ୍କା ଖର୍ଚ୍ଚ କରି ୟୁକ୍ରେନ ରୁଷ୍‌ର ଅନେକ କ୍ଷତି କରିଛି ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories