www.samajalive.in
Thursday, December 11, 2025
13.1 C
Bhubaneswar

ଲଣ୍ଡନରେ ଏଥିପାଇଁ ବଢ଼ୁଛି କରୋନା ସଂକ୍ରମଣ, ଭାରତୀୟ ବି ଦିଅନ୍ତୁ ଧ୍ୟାନ

ନୂଆଦିଲ୍ଲୀ: ବିଶ୍ୱରେ ବଢ଼ୁଛି କରୋନା ସଂକ୍ରମଣ । ସବୁଠୁ ଅଧିକ କରୋନା ସଂକ୍ରମଣ ୟୁକେରେ ବଢ଼ୁଥିବା ନଜର ଆସିଛି । ଏହା ପଛରେ ଏବ ବଡ଼ କାରଣ ଥିବା ମଧ୍ୟ ଅନୁମାନ କରାଯାଉଛି । ୟୁକେରେ ବହୁ ଲୋକ କରୋନା ଟିକା ନେଇନଥିବା ବେଳେ, କରୋନା ସଂକ୍ରମଣ ଏଥିପାଇଁ ବଢ଼ୁଥିବା କୁହାଯାଇଛି । ସୂଚନା ଅନୁଯାୟୀ ଏକ ହସ୍ପିଟାଲର ଆଇସିୟୁ ଡାକ୍ତର ଏନେଇ କହିଛନ୍ତି । କିଛି ରୋଗୀ ଡାକ୍ତରଖାନାରେ ପହଞ୍ଚିବା ପରେ ସେମାନଙ୍କ ଟିକାକରଣ କରାଇବାକୁ ଅନୁରୋଧ କରୁଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ବର୍ତ୍ତମାନ କରୋନାରେ ସଂକ୍ରମଣ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରେ ଅଧିକାଂଶ ୨୦ରୁ ୩୦ ବର୍ଷ ମଧ୍ୟରେ ରହିଛନ୍ତି । ଯେଉଁ ମାନେ କି ଟିକା ନେଇନାହାନ୍ତି । ଯାହାଫଳରେ ଲଣ୍ଡନରେ ଟିକାକରଣର ହାର ବହୁତ କମ୍‍ ରହିଛି । ସମ୍ପୂର୍ଣ୍ଣ ୟୁକେରେ ମାତ୍ର ୬୧ ପ୍ରତିଶତ ଲୋକ ଦୁଇଟି ଯାକ ଡୋଜ୍‍ ନେଇଛନ୍ତି ।

ସବୁଠୁ ବଡ଼ କଥା ହେଉଛି ବିବିସି ରେଡିଓରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ ପ୍ରଫେସର ପିୟର୍ସ କହିଛନ୍ତି, ବର୍ତ୍ତମାନ ଆମର ଆଇସିୟୁରେ ଯେତେ ବି କରୋନା ରୋଗୀ ଅଛନ୍ତି ସେମାନଙ୍କ ମଧ୍ୟରୁ ୮୦ରୁ ୯୦% ଲୋକ ଟିକା ନେଇନାହାନ୍ତି । ଆଉ ଯେଉଁ ମାନେ ନୂଆକରି ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ତାଙ୍କୁ ଆମେ ଟିକା ନେଇଛନ୍ତି କି ନାହିଁ ପଚାରୁଛୁ । ଏବଂ ସଂକ୍ରମଣକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ମଧ୍ୟ ଶଯ୍ୟାର ବ୍ୟବସ୍ଥା କରାଯାଉଛି ।

- Advertisement -

ବର୍ତ୍ତମାନ ୟୁକେରେ କରୋନା ସଂକ୍ରମଣ ଦୃତଗତିରେ ବଢ଼ୁଛି । ଭାରତରେ ବି ଧୀରେ ଧୀରେ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ କରୋନା ଟିକା ନେବା ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି । ଟିକାନେବା ଦ୍ୱାରା କରୋନାର ସଂକ୍ରମଣ କମ୍‍ ହେବାର ସମ୍ଭାବନା ରହିଛି ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories