www.samajalive.in
Tuesday, November 18, 2025
27.1 C
Bhubaneswar

ଉଜ୍ଜଳା ଯୋଜନା ଗରିବ ମାଆ, ଭଉଣୀଙ୍କ ଆଖିରୁ ଲୁହ ପୋଛିଛି : ଧର୍ମେନ୍ଦ୍ର ପ୍ରଧାନ

ମହିଳା ହିତାଧିକାରୀ କହିଲେ ସମୟ, ସ୍ୱାସ୍ଥ୍ୟ ସହ ଆର୍ଥିକ ଦୃଷ୍ଟିରୁ ସେମାନଙ୍କୁ ସଶକ୍ତ କରିଛି ଉଜ୍ଜଳା ଯୋଜନା, ମୟୁରଭଞ୍ଜ, କୋରାପୁଟ, ଅନୁଗୁଳ, ସମ୍ବଲପୁର ଓ ଗଞ୍ଜାମ ଜିଲାର ୨୫ ଜଣଙ୍କ ହିତାଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସିଧାସଳଖ ଆଲୋଚନା ବେଳେ ଖୁସି ବ୍ୟକ୍ତ କଲେ ହିତାଧିକାରୀ ମହିଳା, ଯଦି କେହି ବ୍ୟକ୍ତି ବା ବିତରକ ଦଲାଲି କରେ ବା ଲାଞ୍ଚ ମାଗେ ତାହାହେଲେ ତାହାକୁ କଠୋର ରୁ କଠୋର ଦଣ୍ଡ ଦିଆଯିବ, ମୋଦି ସରକାରଙ୍କ ଉଜ୍ଜଳା ଯୋଜନାରେ ରାଜ୍ୟରେ ୩୪ ଲକ୍ଷ ଗରିବ ମହିଳା ହୋଇଛନ୍ତି ସାମିଲ, ଏଲପିଜି ବ୍ୟବହାର ସମୟରେ ସୁରକ୍ଷାଦିଗ ପ୍ରତି ସଚେତନ ରହିବାକୁ ହିତାଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ

- Advertisement -

ଭୁବନେଶ୍ୱର : ଅକ୍ଟୋବର-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଗରିବ ମା ଭଉଣୀ ମାନଙ୍କୁ ସେବା କରିବା ପାଇଁ ଦେଇଥିବା ପ୍ରତିଶୃତି କେବଳ ଭାଷଣ ନଥିଲା ଏହା ଥିଲା ଦାୟିତ୍ୱ , ଯାହା ଉଜ୍ଜଳା ଯୋଜନା ମାଧ୍ୟମରେ ଏଲପିଜି ସଂଯୋଗ ପହଁଚାଇ ମା ଆଖିରୁ ଲୁହ ପୋଛି କାମରେ ପରିଣତ କରିଛନ୍ତି। ଓଡିଶାର ଉଜ୍ଜଳା ଯୋଜନାର ହିତାଧିକାରୀ ମାନଙ୍କ ସହ ୧୦୦ଟି ସ୍ଥାନରେ ଏକାଠି ହୋଇଥିବା ୧୮ ହଜାରରୁ ଅଧିକ ମହିଳା ହିତାଧିକାରୀଙ୍କ ସହ ଭିଡିଓ କନଫରେନସିଂରେ କଥା ହେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋଦି ସରକାର ଆସିବା ପରେ ଓଡିଶାରେ ୫୩ ଲକ୍ଷ ପରିବାରକୁ ନୂଆ ଏଲପିଜି ସଂଯୋଗ ଯାଇଥିବା ବେଳେ ସେଥିମଧ୍ୟରୁ ଉଜ୍ଜଳା ଯୋଜନାରେ ୩୪ ଲକ୍ଷ ଉଜ୍ଜଳା ଗ୍ୟାସ ସଂଯୋଗ ଦିଆଯାଇଛି। ଓଡିଶାରେ ୧ କୋଟି ପରିବାର ରହିଥିବା ବେଳେ ସେଥିମଧ୍ୟରୁ ୨୦୧୪ ମସିହା ସୁଦ୍ଧା ୨୦ ଲକ୍ଷ ଘରେ ଗ୍ୟାସ ସଂଯୋଗ ହୋଇଥିବା ବେଳେ ଏବେ ଏହା ୭୩ ଲକ୍ଷରେ ପହଁଚିଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ୨୦୧୪ ମସିହା ସୁଦ୍ଧା ସାରା ଦେଶରେ ୧୩ କୋଟି ଏଲପିଜି କନକେସନ ଦିଆଯାଇଥିବା ବେଳେ ଏବେ ଏହା ଆସି ୨୩ କୋଟିରେ ପହଁଚିଛି ଓ ଉଜ୍ଜଳା ଯୋଜନାରେ ମୋଦି ସରକାର ସାଢେ ୫ କୋଟିରୁ ଅଧିକ ପରିବାରରେ ମାଗଣାରେ ଗ୍ୟାସ ସଂଯୋଗ ପହଁଚାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଆଜି ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।


ଶନିବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଜ୍ଜଳା ପଂଚାୟତ ମାଧ୍ୟମରେ ୧୮ ହଜାର ମା’ ଭଉଣୀଙ୍କ ସହ ଆଲୋଚନା କରିଥିଲେ। ସେଥିମଧ୍ୟରୁ ମୟୁରଭଞ୍ଜ, କୋରାପୁଟ, ଅନୁଗୁଳ, ସମ୍ବଲପୁର ଓ ଗଞ୍ଜାମ ଜିଲାରେ ୨୫ ଜଣଙ୍କ ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏହି କଥାବାର୍ତା ସମୟରେ ଏହି ଉଜ୍ଜଳାର ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଯୋଜନା ଯୋଗୁଁ ସେମାନେ କିପରି ସଶକ୍ତ ହୋଇପାରିଛନ୍ତି ତାହାର କଥାକୁ କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ପ୍ରକାଶ କରିଥିଲେ। କାଠ ଓ ଚୁଲି ଜଳାରୁ ମୁକ୍ତି କାରଣରୁ ସେମାନଙ୍କର ସମୟ ବଂଚିଲା ଓ ଏହି ସମୟକୁ ନିଜ ପିଲାଙ୍କ ପାଠପଢା ଓ ଅନ୍ୟକିଛି କାମ କରି ରୋଜଗାର କରିବାର ସୁଯୋଗ ସେମାନେ ପାଇପାରିଲେ ବୋଲି ପ୍ରକାଶ କରିଥିଲେ। ଜାଳେଣୀ ସଂଗ୍ରହ କରିବାରେ ସମୟ ନଷ୍ଟ, ଗ୍ୟାସରେ ରୋଷାଇ ଯୋଗୁଁ ସମୟ ବଞ୍ଚିିବା ଓ ଘରେ ଧୂଆଁ ବନ୍ଦ ହେବା ଯୋଗୁଁ ପରିବାରର ସମସ୍ତଙ୍କ ସ୍ୱାସ୍ଥ୍ୟର ଲାଭ ଉଜ୍ଜଳା ଯୋଜନା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେମାନେ ପ୍ରକାଶ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ମା, ଭଉଣୀ ମାନଙ୍କ ପାଇଁ ମୋଦି ସରକାର ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରକୁ ଆସିବା ପରେ ମୋ ସରକାର ମା ମାନଙ୍କ ପାଇଁ ସମର୍ପିତ ବୋଲି କହିଥିଲେ। ଏହି କଥା ଆଜି କାମରେ କରି ଦେଖାଇଛନ୍ତି। ଉଜ୍ଜଳା ଯୋଜନାରେ ଯଦି କେହି ଲାଂଚ ମାଗୁଛି ତାହାହେଲେ ଏନେଇ ତୁରନ୍ତ ଜଣାନ୍ତୁ। ଯଦି କେହି ବିତରକ ଦଲାଲି କରେ ତାହାହେଲେ ତାହାକୁ ଜେଲ୍‍ ପଠାଯିବ ବୋଲି ଉଜ୍ଜଳା ହିତାଧିକାରୀ ମାନଙ୍କ ସହ ଆଲୋଚନା ସମୟରେ ପ୍ରତିଶୃତି ଦେଇଥିଲେ ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, ଯୋଜନାର ସଫଳତା ପାଇଁ ସାମାନ୍ୟ ନାଗରିକ ମାନଙ୍କୁ ସହଯୋଗୀ ଭାବେ ନିଆଯିବାର ଆବଶ୍ୟକତା ରହିଛି। ଏ ହିସାବରେ ଆଜିର ପରିକଳ୍ପନା ହୋଇଛି। ସେହିପରି ଏଲପିଜିର ବ୍ୟବହାର ସମୟରେ ସୁରକ୍ଷା ଦିଗ ପ୍ରତି ଅଧିକ ସଜାଗ ରହିବା ପାଇଁ ମହିଳା ହିତାଧିକାରୀ ମାନଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

Hot this week

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ

ସମାଜଲାଇଭ ଡେସ୍କ: ରାଜଧାନୀ ଭୁବନେଶ୍ଵରରୁ ୪୭୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।...

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

Related Articles

Popular Categories