www.samajalive.in
Wednesday, December 10, 2025
14.1 C
Bhubaneswar

ୟୁଆଇଡିଏଆଇର ସତର୍କ ସୂଚନା; ଆଧାର ନମ୍ବର ସାଧାରଣରେ ପ୍ରଘଟ କର ନାହିଁ

ନୂଆଦିଲ୍ଲୀ : ବ୍ୟାଙ୍କ ଆକାଉଣ୍ଟ, ପାସପୋର୍ଟ ନମ୍ବର, ପାନ ନମ୍ବର ଭଳି ଆଧାର ନମ୍ବର ବ୍ୟକ୍ତିର ଏକ ସମ୍ବେଦନଶୀଳ ସୂଚନା। ତେଣୁ ଏହି ସମ୍ବେଦନଶୀଳ ସୂଚନାକୁ ସର୍ବ ସାଧାରଣରେ ପ୍ରକାଶ ନ କରିବାକୁ ଭାରତ ଏକକ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ସତର୍କ ସୂଚନା ଜାରି କରିଛନ୍ତି। ସୂଚନା ଅନୁଯାୟୀ ୧୨ଅଙ୍କ ବିଶିଷ୍ଟ ଆଧାର ନମ୍ବରକୁ ସାମାଜିକ ଗଣମାଧ୍ୟମ, ଇଣ୍ଟରନେଟ କିମ୍ବା ସର୍ବସାଧାରଣରେ ପ୍ରଘଟ ନ କରିବାକୁ ୟୁଆଇଡିଏଆଇ କହିଛନ୍ତି। ଏପରି କି ଆଧାର ନମ୍ବରକୁ ସାଧାରଣରେ ପ୍ରକାଶ ପୂର୍ବକ କାହାକୁ ଆହ୍ୱାନ ନ ଦେବା ଲାଗି କୁହାଯାଇଛି। ଟ୍ରାଇ ଅଧ୍ୟକ୍ଷ ଆରଏସ୍‍ ଶର୍ମା ନିଜର ଆଧାର ନମ୍ବରକୁ ଟ୍ୱିଟରରେ ସେୟାର କରି ହଟହଟା ହେବା ପରେ ୟୁଆଇଡିଏଆଇ ଏହି ସତର୍କ ସୂଚନା ଜାରି କରିଛନ୍ତି। ସର୍ବସାଧାରଣରେ ଆଧାର ନମ୍ବର ପ୍ରକାଶ ଦ୍ୱାରା ନିଜର ବ୍ୟକ୍ତିଗତ ତଥ୍ୟ ଯେପରିକି ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଇମେଲ ଆଇଡି, ପାସପୋର୍ଟ ନମ୍ବର, ଫୋନ ନମ୍ବର, ପାନ ନମ୍ବର, ଘର ଠିକଣା ଇତ୍ୟାଦି ପ୍ରଘଟ ହେବାର ଆଶଙ୍କା ରହିଛି।
ସେହିପରି ଅନ୍ୟର ଆଧାର ନମ୍ବରକୁ କୌଣସି ଉଦେଶ୍ୟରେ ବ୍ୟବହାର କରିବା କିମ୍ବା ଅନ୍ୟ କାହା ପାଇଁ ନିଜର ଆଧାର ପ୍ରମାଣ ଉପସ୍ଥାପନ କରିବା ଦଣ୍ଡନୀୟ ଅପରାଧ ବୋଲି ୟୁଆଇଡିଏଆଇ କହିଛନ୍ତି। ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଆଧାର ଆଇନ ଓ ଇଣ୍ଡିଆନ ପେନାଲ କୋଡ ଦ୍ୱାରା ଦଣ୍ଡିତ ହେବାକୁ ପଡିଥାଏ। ଏପରି କି କୌଣସି ବ୍ୟକ୍ତି ଅନ୍ୟ କାହାକୁ ଏପରି କାର୍ଯ୍ୟ ଲାଗି ଯଦି ପ୍ରବର୍ତ୍ତାଇଥାଏ ତେବେ ସେ ମଧ୍ୟ ଅନୁରୂପ ଆଇନ ଅନୁଯାୟୀ ଦଣ୍ଡିତ ହୋଇଥାଏ। ତେଣୁ ଏପରି କାର୍ଯ୍ୟରୁ ସମସ୍ତେ ଦୂରେଇ ରହିବା ଦରକାର। ଆଧାର ନମ୍ବରକୁ ବିଭିନ୍ନ ପ୍ରକାର ସରକାରୀ ସେବା, ଲାଭ ଓ ରିଆତି ପାଇବା ଲାଗି ବ୍ୟକ୍ତିର ପରିଚୟ ଯାଞ୍ଚ ଲାଗି ବ୍ୟବହାର କରାଯାଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories