www.samajalive.in
Thursday, December 11, 2025
18.1 C
Bhubaneswar

ସବୁ କୁଳପତିଙ୍କୁ ୟୁଜିସିର ନିର୍ଦେଶ ; ୩୧ରେ ଶିକ୍ଷାନୁଷ୍ଠାନରେ ପାଳନ କର ‘ରାଷ୍ଟ୍ରୀୟ ଏକତା ଦିବସ’

ଭୁବନେଶ୍ବର:ଆସନ୍ତା ୩୧ ତାରିଖରେ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବ। ଶିକ୍ଷାନୁଷ୍ଠାନରେ ଏହି ଦିବସକୁ ପାଳନ କରିବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଅବଗତ କରାଯାଇଛି। ୟଜିସି ସଚିବ ପ୍ରଫେସର ରାଜନ୍ସି ଜେନ୍‌ ଏନେଇ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ଉଲ୍ଲେଖ ରହିଛି ଯେ, କୋଭିଡ୍‌-୧୯ ନିୟମାବଳୀ ପାଳନ କରି ଶିକ୍ଷାନୁଷ୍ଠାନରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବ। ଶିକ୍ଷାନୁଷ୍ଠାନର ବକ୍ତୃତା ଓ ତର୍କ ଭଳି ବିଭିନ୍ନ ପ୍ରତିଯୋଗିତା କରିବାକୁ ଶିକ୍ଷାନୁଷ୍ଠାନକୁ ନିର୍ଦେଶ ଦିଆଯାଇଛି। ବିଶ୍ବବିଦ୍ୟାଳୟଗୁଡ଼ିକ ସେମାନଙ୍କ ସହ ଅନୁବନ୍ଧିତ ଥିବା ଶିକ୍ଷାନୁଷ୍ଠାନକୁ ଆସନ୍ତା ୩୧ ତାରିଖରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରିବେ। ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ଉପଲକ୍ଷେ ଏହି ଦିବସ ପାଳନ କରାଯାଉଛି।
ଦେଶର ସୁରକ୍ଷା ଓ ଏକତା ସମ୍ବନ୍ଧରେ ଅବସରପ୍ରାପ୍ତ ଓ କାର୍ଯ୍ୟରତ ସେନା ଅଧିକାରୀଙ୍କ ଦ୍ବାରା ଆଲୋଚନା ଚକ୍ର ଆୟୋଜନ କରିବେ ଶିକ୍ଷାନୁଷ୍ଠାନ। ଏହି ଦିବସ ପାଳନ କରିବା ସହ ଏ ସମ୍ବନ୍ଧୀୟ ରିପୋର୍ଟ ଓ ଫଟୋ ୟୁନିଭର୍ସିଟି ଆକ୍ଟିଭିଟି ମନିଟରିଙ୍ଗ ପୋର୍ଟାଲରେ ଅପଲୋଡ୍‌ କରିବାକୁ ୟୁଜିସି ପକ୍ଷରୁ ନିର୍ଦେଶ ଦିଆଯାଇଛି।

- Advertisement -

ସେହିପରି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ ଏନ୍‌ଏସ୍‌ଏସ୍‌ ସଂଯୋଜକଙ୍କୁ ଚିଠି ଲେଖାଯାଇଛି। ଏନ୍‌ଏସ୍‌ଏଓ୍‌ ୟୁନିଟ୍‌ ପକ୍ଷରୁ କୋଭିଡ୍‌-୧୯ ନିୟମାବଳୀ ପାଳନ କରି ଏହି ଦିବସ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। କାର୍ଯ୍ୟକ୍ରମ ସରିବା ପରେ ସେ ସମ୍ବନ୍ଧୀୟ ଫଟୋ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଓ ବିଭାଗକୁ ପ୍ରଦାନ କରିବାକୁ କୁହାଯାଇଛି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories