www.samajalive.in
Monday, December 8, 2025
24.1 C
Bhubaneswar

ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ, ଖୋଲା ରହିଛି ଘରୋଇ ବ୍ୟାଙ୍କ

ନୂଆଦିଲ୍ଲୀ: ଦୁଇଟି ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବ ବିରୋଧରେ ସୋମବାର ଏବଂ ମଙ୍ଗଳବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଏଥିପାଇଁ ସୋମବାରଠାରୁ ଧର୍ମଘଟ ଆରମ୍ଭ ହୋଇଛି। ଫଳରେ ଦେଶବ୍ୟାପୀ ଜାତୀୟକରଣ ବ୍ୟାଙ୍କଗୁଡ଼ିକ ବନ୍ଦ ରହିଛି। ଏହା ଫଳରେ ବ୍ୟାଙ୍କଗୁଡ଼ିକରେ ଟଙ୍କା ଉଠାଣ, ଟଙ୍କା ଜମା, ଚେକ୍‌ କ୍ଲିୟରାନ୍ସ ଏବଂ ଋଣ ମଞ୍ଜୁରୀ ଆଦି କାର୍ଯ୍ୟ ପ୍ରଭାବିତ ହୋଇଛି। ତେବେ ଘରୋଇ ବ୍ୟାଙ୍କଗୁଡ଼ିକ ଏହି ଧର୍ମଘଟରେ ସାମିଲ ହୋଇନାହାନ୍ତି। ଫଳରେ ଘରୋଇ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ ପୂର୍ବଭଳି ସ୍ବାଭାବିକ ରହିଛି।

ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ (ୟୁଏଫବିୟୁ) ପକ୍ଷରୁ ଦିଆଯାଇଥିବା ଏହି ଧର୍ମଘଟ ଡାକରାରେ ୯ଟି ବ୍ୟାଙ୍କ ୟୁନିୟନ ସାମିଲ ହୋଇଛନ୍ତି। ଧର୍ମଘଟରେ ୧୦ ଲକ୍ଷରୁ ଅଧିକ କର୍ମଚାରୀ ସାମିଲ ହୋଇଥିବା ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ସାଧାରଣ ସମ୍ପାଦକ ସି.ଏଚ. ଭେଙ୍କଟଚେଲମ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories