୨ ଗୋ ମାଫିଆ ଗିରଫ 

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ବାଉଁଶୁଳୀ ଛକ ନିକଟରେ ଗତ କାଲି ବିଳମ୍ବିତ ସନ୍ଧ୍ୟାରେ ତୁରୁମୁଙ୍ଗା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ସ୍କର୍ପିଓ ଦ୍ରୁତ ଗତିରେ ଆସି ପୁଲିସ ଗାଡ଼ିକୁ ସାଇଡ ମାରି ଫେରାର ହୋଇଯିବା ପାଇଁ ଚେଷ୍ଠା କରିଥିଲା । ସ୍କର୍ପିଓଟି ଖସି ପଳାଇ ଯାଉଥିବାବେଳେ ତୁରୁମୁଙ୍ଗା ପୁଲିସ ଗାଡିକୁ ପିଛା କରିଵା ସହ ପାଟଣା ପୁଲିସକୁ ସୂଚନା ଦେଇଥିଲା। ତେବେ ଟାଙ୍ଗରପଡା ନିକଟର ନାକାବନ୍ଦୀ କରାଯାଇ ସଦିଗ୍ଧ ଗାଡିକୁ ଅଟକ ରଖିବା ସହ ଦୁଇ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ଧରିଥିଲା ଓ ଅନ୍ୟ ଜଣେ ଫେରାର ହୋଇଯାଇଥିଲା।

ସନ୍ଦେହରେ ଅଟକ ରଖିଥିବା ସ୍କର୍ପିଓ ଗାଡି ଭିତରୁ ଗୋରୁ ବନ୍ଧା ପଘା ଓ ପ୍ଲାଷ୍ଟିକ ରଶି ମଳିଥିବାବେଳେ ଏହି ଗାଡିରେ ଗୋ-ଚାଲାଣ କରାଯାଉଥିବା ଜଣାପଡିଥିଲା । ଏହି ଘଟଣାରେ ୨ ଗୋ-ମାଫିଆଙ୍କୁ ତୁରୁମୁଙ୍ଗା ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ୨ ଗିରଫ  ଗୋ-ମାଫିଆ  ହେଲେ ଯଶୀପୁର ଅଞ୍ଚଳର ଏମଡି ଆୱାଜ୍ ଏବଂ  ବାଦାମପାହାଡ଼ ଅଞ୍ଚଳର ଏସକେ ଅଜିଜ । ଏନେଇ ତୁରୁମୁଙ୍ଗା ଥାନାରେ ୯୮/୨୪ ରେ ମାମଲା ରୁଜୁ ହୋଇଛି। ୨ ଅଭିଯୁକ୍ତଙ୍କ ଠାରୁ ୨ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।

 

Comments are closed.