www.samajalive.in
Wednesday, December 10, 2025
26.1 C
Bhubaneswar

ଚୋରି ମାମଲାରେ ୨ ଗିରଫ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ମୋନର୍କ ଛକ ନିକଟରେ ଥିବା ଭଞ୍ଜ ବିହାର ସରସ୍ବତୀ ଶିଶୁ ମନ୍ଦିରରୁ ଚୋରି ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣା ଗୋଲାବନ୍ଧର ବି. ୟଶବନ୍ତ ରାଓ ଏବଂ ଏସ.ଭରତ।

ଗତ ୨୭ ତାରିଖ ରାତିରେ ଭଞ୍ଜ ବିହାର ସରସ୍ବତୀ ଶିଶୁ ମନ୍ଦିରରେ ଗ୍ରିଲ ତାଲା ଭାଙ୍ଗି କମ୍ପ୍ୟୁଟର ନିକଟରେ ଥିବା ୟୁପିଏସ ଓ କୁନି କୁନି ପିଲାଙ୍କ ପାଇଁ ରଖା ଯାଇଥିବା ଚକୋଲେଟ ଭର୍ତ୍ତି ଡଵା ଏବଂ ଅଚଳ ଏଟିଏମ କାର୍ଡ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପ୍ରକାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ନିକଟରେ ୨ ଜଣଙ୍କ ଉପରେ ସନ୍ଦେହ ହେବା ପରେ ସେମାନଙ୍କୁ ପୁଲିସ କାବୁ କରି ପଚରାଉଚରା କରିଥିଲା। ସେମାନେ ଚୋରି କରିଥିବା ସ୍ଵୀକାର କରିବା ପରେ ପୁଲିସ ସେମାନଙ୍କଠାରୁ ଚୋରି ସାମଗ୍ରୀ ଜବତ କରିଥିଲା। ତଦନ୍ତ ସମୟରେ ସେମାନେ ଅନ୍ୟ କେତେକ ଚୋରି ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା।

- Advertisement -

ମାଣ୍ଡିଆପଲ୍ଲୀ ଛକ ନିକଟରୁ ଏକ ବାଇକ ଚୋରି କରି ତାହାକୁ ବ୍ରହ୍ମପୁର ମେଡିକାଲ ପଛ ପଟେ ରଖିଥିବା ନେଇ ଅଭିଯୁକ୍ତମାନେ ସ୍ଵୀକାର କରିଥିଲେ। ପୁଲିସ ଉକ୍ତ ବାଇକ ଜବତ କରିଥିଲା। ଏହାବ୍ୟତୀତ ମୋନର୍କ ଛକ ନିକଟରେ ଥିବା ଏକ ଘରୁ ସିସି କ୍ୟାମେରାର ହାର୍ଡ ଡିସ୍କ ସହ ୧୭୩୨ ଟଙ୍କା ଚୋରି କରିଥିବା ଅଭିଯୁକ୍ତମାନେ ମାନିଥିଲେ। ଚୋରି ବାଇକରେ ହଳଦିଆପଦରର ଏକ ଦୋକାନ ଭାଙ୍ଗି କିଛି ମେଡ଼ିସିନ ଓ ୩୦ ହଜାର ଟଙ୍କା ଚୋରି କରିଥିବା ଅଭିଯୁକ୍ତ ମାନେ ସ୍ଵୀକାର କରିଛନ୍ତି। ପୁଲିସ ସେମାନଙ୍କଠାରୁ କିଛି ସାମଗ୍ରୀ ସହ ୧୬ ହଜାର ୨୩୨ ଟଙ୍କା ଜବତ କରିଛି। ଗତ ୨୨ ତାରିଖ ରାତିରେ ମାଣ୍ଡିଆପଲ୍ଲୀ ଛକ ଶିରିଡ଼ି ସାଇ ମନ୍ଦିର ନିକଟରେ ପ୍ରଦୀପ କୁମାର ନାୟକଙ୍କ ଏକ କାର ଗ୍ଲାସ ଭାଙ୍ଗି କ୍ୟାମେରା ସହ କିଛି ସାମଗ୍ରୀ ଚୋରି କରିଥିବା ଜାଣିବା ପରେ ଅଭିଯୁକ୍ତଙ୍କଠାରୁ ଚୋରି ହୋଇଥିବା ସାମଗ୍ରୀ ଜବତ କରି ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories