www.samajalive.in
Wednesday, December 10, 2025
26.1 C
Bhubaneswar

ଫୁଟବଲ ଟୁର୍ଣ୍ଣାମେଣ୍ଟ: ବରଗଡକୁ ହରାଇ ବୀରମହାରାଜପୁର ଚମ୍ପିଆନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ସିଲଟ ଗ୍ରାମ ଖେଳ ପଡିଆରେ ଗଣପର୍ବ ନୂଆଁଖାଇ ଅବସରରେ ମାଁ ସମଲେଶ୍ୱରୀ ଏଥଲେଟିକ୍ସ ଏସୋସିଏସନ ତରଫରୁ ଆୟୋଜିତ ଦୁଇ ଦିବସୀୟ ଫୁଟବଲ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି । ଏଥିରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ବରଗଡ ୟୁନାଇଟେଡ ଦଳ ଓ ବୀରମହାରାଜପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବୀରମହାରାଜପୁର ଦଳ ଟ୍ରାଇବ୍ରେକର ଜରିଆରେ ୩-୦ ଗୋଲରେ ବରଗଡକୁ ହରାଇ ଚମ୍ପିଆନ ହୋଇଛି। ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସାଂସଦ ପ୍ରତିନିଧି ଅତାବିରା ସୁରେନ୍ଦ୍ର ସ୍ୱାଇଁ, ବିଜେପି ମଣ୍ଡଳ ସଭାପତି ବିକାଶ ଗଡତିଆ, ବରିଷ୍ଠ ବିଜେପି ନେତା ସଦାଶିବ ପ୍ରଧାନ, ଅଶୋକ ସିଂ, ଇରା ବାବୁ ପ୍ରମୁଖ ଯୋଗଦେଇ ଚମ୍ପିଆନ ଦଳକୁ ଟ୍ରଫି ସହ ନଗଦ ୫୦ହଜାର ଟଙ୍କା ଓ ରନର୍ସ ଅଫ ଦଳକୁ ଟ୍ରଫିସହ ୩୦ହଜାର ଟଙ୍କା ପ୍ରଦାନ କରି ପୁରସ୍କୃତ କରିଥିଲେ।

ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ବରଗଡ ଦଳର ଅଜୟ ବୁଡାଙ୍କୁ ଏସୋସିଏସନ ତରଫରୁ ଏକ ସାଇକେଲ ପ୍ରଦାନ କରାଯାଇଥିଲା। ଜିତୁ ପାତ୍ର, ପରେଶ ପ୍ରଧାନ, ଶିବୁ ଅଗ୍ରଓାଲ, ଚିକୁ ବଡ ପଣ୍ଡା, ସାନ୍ତା ରନବିଡା ଖେଳ ପରିଚାଳନା କରିଥିଲେ। ସମଲେଶ୍ୱରୀ ଏଥଲେଟିକ୍ସ ଏସୋସିଏସନର ସମସ୍ତ କର୍ମକର୍ତ୍ତା ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories