www.samajalive.in
Wednesday, December 10, 2025
26.1 C
Bhubaneswar

ପୁଟିନଙ୍କୁ ଭେଟିବା ପୂର୍ବରୁ ଜେଲେନସ୍କିଙ୍କ ସହ କଥା ହେଲେ ମୋଦୀ

ସମାଜ ଡିଜିଟାଲ ଡେସ୍କ: ରବିବାର ଚୀନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଏହାର ଦିନକ ପୂର୍ବରୁ ଅର୍ଥାତ ଶନିବାର ଦିନ ପ୍ରଧାନମନ୍ତ୍ରୀ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି। ଜେଲେନସ୍କି ନିଜ ତରଫରୁ ମୋଦୀଙ୍କୁ ଫୋନ କରିଛନ୍ତି। ଏହି ଅବସରରେ ମୋଦୀ ରୁଷ-ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ଅବସାନ ପାଇଁ ସମସ୍ତ ପ୍ରକାର ସମର୍ଥନ ଯୋଗାଇଦେବାକୁ ଭାରତ ପ୍ରତିବଦ୍ଧ ବୋଲି ଜେଲେନସ୍କିଙ୍କୁ କହିଛନ୍ତି।

ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଆଜିର ଫୋନ କଲ୍ ପାଇଁ ଧନ୍ୟବାଦ ରାଷ୍ଟ୍ରପତି ଜେଲେନସ୍କି। ବର୍ତ୍ତମାନ ସମୟରେ ଜାରି ରହିଥିବା ଯୁଦ୍ଧ, ଏହାର ମାନବତା ଦୃଷ୍ଟିକୋଣ ଏବଂ ଶାନ୍ତି ଓ ସ୍ଥିରତା ପୁନଃ ପ୍ରତିଷ୍ଠା ପାଇଁ ପଦକ୍ଷେପ ସମ୍ପର୍କରେ ନିଜର ମତାମତ ବିନିମୟ କରିଛୁ। ଏ ଦିଗରେ ଭାରତ ପୂର୍ଣ୍ଣ ସମର୍ଥନ କରିବ ବୋଲି ମୋଦୀ ଲେଖିଛନ୍ତି। ଏହା ବ୍ୟତୀତ ଭାରତ-ୟୁକ୍ରେନ ମଧ୍ୟରେ ଦ୍ଵିପାକ୍ଷିକ ଭାଗିଦାରୀ ଉପରେ ମଧ୍ୟ ଦୁଇ ନେତା ଆଲୋଚନା କରିଛନ୍ତି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories