www.samajalive.in
Monday, December 8, 2025
13.1 C
Bhubaneswar

ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗିରଫ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ନିର୍ମଳା ଛକ ନିକଟ ବାଙ୍ଗରପଡାଠାରେ ରାଜପଥ ପାର୍ଶ୍ବସ୍ଥ ଏକ ଦୋକାନର ମାଲିକ କାହ୍ନୁଚରଣ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ପିପିଲି ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୁଣା ଭୁବନେଶ୍ୱର ହରଚଣ୍ଡି ସାହି ଅଞ୍ଚଳର ଦୀପକ ରଞ୍ଜନ ବେହେରା ଓ ଭିମଟାଙ୍ଗି ଅଞ୍ଚଳର ଅଭିଜିତ ପଟ୍ଟନାୟକ।

ସୂଚନା ଅନୁଯାୟୀ, ବାଙ୍ଗରପଡାଠାରେ ଥିବା ଦୋକାନକୁ ଶନିବାର ରାତିରେ କାହ୍ନୁଚରଣ ବନ୍ଦ କରିବା ସମୟରେ ଦୀପକ ଏବଂ ଅଭିଜିତ ଏକ ସ୍କୁଟିରେ ଆସି ହଠାତ୍‍ ଦୋକାନ ମଧ୍ୟରେ ସ୍କୁଟିକୁ ଭର୍ତ୍ତି କରିବା ସହ କାହ୍ନୁଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାର ପ୍ରତିବାଦ କରିବାରୁ ଉଭୟ ଯୁବକ କାହ୍ନୁଚରଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସ୍କୁଟିର ଚାବି ଦ୍ୱାରା କାହ୍ନୁଙ୍କ ମୁଣ୍ଡ ଓ ମୁହଁକୁ ଆକ୍ରମଣ କରି ରକ୍ତାକ୍ତ କରିବା ସହ ତାଙ୍କ ତଣ୍ଟି ଚିପିଥିଲେ। କାହ୍ନୁଙ୍କ ଚିତ୍କାର ଶୁଣି ପାଖରେ ଥିବା କେତେକ ଯୁବକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଦୁଇ ଆକ୍ରମଣକାରୀଙ୍କୁ କାବୁ କରିଥିଲେ । ଗୁରୁତର ଆହତ କାହ୍ନୁଙ୍କୁ ପ୍ରଥମେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ସେଠାରୁ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତକାରୀ ଅଧିକାରୀ ଏସ୍‍ଆଇ ରାଜନ ବିଶୋଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ରାଜପଥ କଡରେ ବ୍ୟବସାୟ କରୁଥିବା ଦୋକାନୀମାନଙ୍କ ସୁରକ୍ଷାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

Related Articles

Popular Categories