www.samajalive.in
Monday, December 8, 2025
13.1 C
Bhubaneswar

ଜରି ତଳେ କଟୁଛି ଜୀବନ, ପୁଅ ଯାଇଛି ଦାଦନ

ତୁଷୁରା: ଗରିବ ପରିବାରଙ୍କ ମୁଣ୍ଡ ଗୁଂଜିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଗଣା ଘର ଯୋଗାଇ ଦେଉଥିବାବେଳେ ଗୋଟିଏ ପରିବାର ଘର ନପାଇ ଜରୀ ତଳେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି। ହେଲେ ବିଭାଗୀୟ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ଅଣଦେଖା ତଥା ଅବହେଲା ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଂଚିତ ହେଉଛନ୍ତି। ତାର ସ୍ପଷ୍ଠ ଉଦାହରଣ ହେଉଛି ଗୁଡ଼ଭେଲା ବ୍ଳକ ଅର୍ନ୍ତଗତ ରୁଷୁଡ଼ା ପଂଚାୟତ ଅର୍ନ୍ତଗତ କନ୍ଦେନବାହାଲି ଗ୍ରାମର ସୁବଲ ସାହୁଙ୍କ ପରିବାର।ସୁବଳଙ୍କ ପରିବାର କହିଲେ ସ୍ତ୍ରୀଙ୍କ ସହ ଗୋଟିଏ ପୁଅ ଓ ଦୁଇଟି ଝିଅ। କାମ ଧନ୍ଦା ନ ପାଇ ଅତି ଗରିବ ଶ୍ରେଣୀର ହୋଇଥିବାରୁ ୨୦ ବର୍ଷୀୟ ପୁଅ ତାମିଲନାଡ଼ୁ ଦାଦନ ଖଟି ଯାଇଛି।ଚାଷ ଜମି ନଥିବାବେଳେ ଖଣ୍ଡିଏ ଜାଗାରେ ଭଙ୍ଗା ଘରେ ଜରୀ ଢ଼ାଙ୍କି ଆଶ୍ରୟ ନେଉଛନ୍ତି ସୁବଳର ପରିବାର। ପରିବାର ପୋଷଣର ଏକମାତ୍ର ଜରିଆ ଦିନ ମଜୁରିଆଭାବେ କାମ କରି ଚଳିବା। କାମ ମିଳିଲେ ଚୁଲି ଜଳିଲା ନଚେତ ଭୋକ ଉପାଷରେ ମଧ୍ୟ ଜୀବନ କଟାଇଥାନ୍ତି। ଲକଡ଼ାଉନ ପାଇଁ ଜୀବନ ଆହୁରି ଦୟନୀୟ ହୋଇ ପଡ଼ିଥିବାବେଳେ ବର୍ତମାନ ଚାଷ କାର୍ଯ୍ୟ ଚାଲିଥିବାରୁ ଲୋକଙ୍କ ଖେତରେ କାମଧନ୍ଦା କରି କଷ୍ଟେମଷ୍ଟେ ଚଳିଯାଉଛନ୍ତି। ଘର ଖଣ୍ଡିଏ ପାଇଁ ବ୍ଳକକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଥିଲେ ମଧ୍ୟ କାହାର ନଜର ପଡ଼ୁନି ସୁବଳ ଉପରେ। ଘର ଭାଙ୍ଗି ଯାଇଥିବାରୁ ବର୍ଷା ହେଲେ ଖପର ଛତରୁ ପାଣି ଗଳୁଥିବାରୁ ରାତି ଉଜାଗର ରହିବା ସାର ହୋଇଥାଏ। ଏହିପରି ଦୟନୀୟ ଜୀବନ ପ୍ରତି ପଂଚାୟତ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ର କୌଣସି ନିଘା ପଡ଼ି ନାହିଁ। ସୁବଳ କହନ୍ତି ଯେ ଦୀର୍ଘ ଦେଢ଼ ବର୍ଷ ହେଲା ଘର ପାଇଁ ଆବେଦନ କରିଛି। ଘର ମଧ୍ୟ ଆସିଥିବା କହି ଜନୈକ ସରକାରୀବାବୁ ଆଧାରକାର୍ଡ଼ ନେଇଥିଲେ କିନ୍ତୁ ଏତେ ସମୟ ବିତି ଯାଇଥିଲେ ମଧ୍ୟ ଘରର ନା ଗନ୍ଦି ନଥିବା କୋହଭରା କଣ୍ଠରେ କହନ୍ତି ସୁବଳ।କିନ୍ତୁ ଏ ନେଇ ବ୍ଳକ ବିଡ଼ିଓ ସୂର୍ଯ୍ୟକୁମାର ନାୟକ କହନ୍ତି ଯେ ଯାହାର ନାମ ତାଲିକାରେ ପ୍ରକାଶ ପାଇ ନାହିଁ ତାର ଜମିଥିଲେ ମଧ୍ୟ ଘର ଦିଆନ ଯିବାର ନିୟମ ରହିଥିବା କହିଥିଲେ। ଅନ୍ୟପକ୍ଷରେ ଘର ବାହାରିଥିବା ନେଇ ପଚାରିବାରୁ ‘ାଇଲ ଦେଖି କହି ପାରିବି ବୋଳି କହିଥିଲେ। ଜଣେ ହିତାଧିକାରୀ ଘର ପାଇଁ ଡ଼େଢ଼ ବର୍ଷ ହେଲା ଆବେଦନ କରିଥିଲେ ମ୍ମ ଆଜି ପର୍ଯ୍ୟନ୍ତ ଘର ପାଇ ପାରି ନଥିବାରୁ ଅଧିକାରୀଙ୍କ ପାରଦର୍ଶୀତାଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ଗରିବ ପରିବାରକୁ ଘର ଯୋଗାଇବା କିନ୍ତୁ ଏଠାରେ ଓଲଟା ଘର ଗୋଟିଏ ପାଇଁ ବର୍ଷ ବର୍ଷ ବ୍ଳକ ଅସିକୁ ଦୌଡ଼ିବାକୁ ପଡ଼ୁଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories