www.samajalive.in
Sunday, December 7, 2025
16.1 C
Bhubaneswar

ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ

କେନ୍ଦ୍ରାପଡା : ତୁଳସୀକ୍ଷେତ୍ର କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟଦେବତା ଶ୍ରୀବଳଦେବଜୀଉଙ୍କ ପବିତ୍ର ଜନ୍ମୋତ୍ସବ ଆଜି ଗହ୍ମାପୂର୍ଣ୍ଣିମାରେ ମହାସମାରୋହରେ ପାଳନ କରାଯାଉଛି । ମନ୍ଦିର ସେବାୟତ ମାନଙ୍କ ଦ୍ୱରା ଶ୍ରୀବଳଦେବଙ୍କ ଗୋପନୀୟ ଜନ୍ମନୀତି ସଂପାଦନ କରାଯିବା ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହୋଇଛି । କୃଷି ସଂସ୍କୃତିର ପ୍ରତିନିଧି ହଳୀ ବଡବାଡର ମଣିମା ଆରାଧ୍ୟ ଦେବତା ଶ୍ରୀବଳଦେବଙ୍କୁ ଆଜି ସକାଳୁ ରତ୍ନମଣ୍ଡପରେ ଏକଲକ୍ଷ ତୁଳସୀ ଅର୍ପଣ କରାଯିବାପରେ ଚତୁର୍ଦ୍ଧାମୁରତୀ ଗହ୍ମାଭିଷେକ ବେଶରେ  ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ପୁରୀ ଜଗନ୍ନାଥ ଧାମରୁ ଭଉଣୀ ସୁଭଦ୍ରାଙ୍କ ଦ୍ୱାରା ପ୍ରେରଣ କରାଯାଇଥିବା ରାକ୍ଷୀକୁ ଆଜି ସେବାୟତମାନେ ଶ୍ରୀବଳଦେବ ଏବଂ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇଛନ୍ତି । ମନ୍ଦିର ମଧ୍ୟରେ ଭଜନ ସଂକୀର୍ତନର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀଜୀଉଙ୍କୁ ରତ୍ନସିଂହାସନରେ ଭକ୍ତମାନେ ଦର୍ଶନ କରିଛନ୍ତି ।  ପରମ୍ପରା ମୁତାବକ ଆଜି ହୋମଯଜ୍ଞ ଆରମ୍ଭ କରାଯାଇଛି । ଆଜି ମଧ୍ୟରାତ୍ର ସୁଦ୍ଧା ଏକ ଲକ୍ଷ ଆହୁତି ଅର୍ପଣ କରାଯିବ ।

ସଂଧ୍ୟାରେ ୧୦୮ ବ୍ରାହ୍ମଣମାନଙ୍କ ଦ୍ୱାରା ସାମୁହିକ ବଳଭଦ୍ର ସହସ୍ରନାମ ପାଠ କରାଯିବାର କାର୍ଯ୍ୟକ୍ରମ ରହିଛି । ଭଗବାନ ସଂକର୍ଷଣ ଶୁଭ୍ରବର୍ଣ୍ଣ ତଥା ଧବଳ ରଙ୍ଗର ହୋଇଥିବାରୁ ଏହି ଦିନ କ୍ଷୀରି, ଚକୁଳି, ଚିତଉ ଆଦି ପିଠା ଭୋଗ ହୋଇଥାଏ । ଏହି ପରିପ୍ରେକ୍ଷୀରେ ସୁଆର ନିଯୋଗ ଦ୍ୱରା ଆଜି ସଂଧ୍ୟାରେ ପିଠା କ୍ଷୀରି ଭୋଗ ମାଗଣାରେ ଭକ୍ତମାନଙ୍କୁ ବିତରଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ସେଥିପାଇଁ ମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ବ୍ୟବସ୍ଥା କରାଯାଇଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories