www.samajalive.in
Sunday, December 7, 2025
16.1 C
Bhubaneswar

ଅସହାୟ ଯୁବତୀଙ୍କୁ ଉଦ୍ଧାର କଲା ବ୍ଲକ ପ୍ରଶାସନ

ହରଭଙ୍ଗା : ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ନର୍ସରୀ ସାହିରୁ ଜଣେ ଅସହାୟ ଯୁବତୀଙ୍କୁ ବ୍ଲକ ପ୍ରଶାସନ, ଜାଗୃତି ଟିମ ମିଳିତଭାବେ ଉଦ୍ଧାର କରିଥିବା ଜଣାପଡିଛି। ଉଦ୍ଧାର ପରେ ଯୁବତୀ ଜଣଙ୍କୁ ସରସରା ନାରାୟଣନଗରସ୍ଥିତ ଜାଗୃତି  ଗୃହରେ ଥଇଥାନ କରାଯାଇଛି। ସୂଚନା ଅନୁସାରେ ଚାରିଛକ ନର୍ସରୀ ସାହିରେ ଜଣେ ଯୁବତୀ ଅସହାୟ ଅବସ୍ଥାରେ  ରହୁଥିବା ସମ୍ପର୍କରେ ସ୍ଥାନୀୟ ବାଣୀଭୁଷଣପୁର ପଂଚାୟତ ସରପଞ୍ଚ ଶ୍ରୀବନ୍ତ ମେହେର ହରଭଙ୍ଗା ବି.ଡି.ଓଙ୍କୁ ଅବଗତ କରାଇଥିଲେ। ଏ ସମ୍ପର୍କରେ ବି.ଡି.ଓ ଶରତ କୁମାର ସେଠୀ ଖବର ପାଇବା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ସିଡିପିଓ ଦୀପ୍ତିମୟୀ ପୃଷ୍ଟିଙ୍କୁ ଜଣାଇଥିଲେ। ପରେ ପରେ ସରସରା ସ୍ଥିତ ଜାଗୃତି ଟିମ ଖବର ପାଇ ଚାରିଛକରେ ପହଞ୍ଚି ଅସହାୟ ଯୁବତୀଙ୍କୁ ସେଠାରୁ ଉଦ୍ଧାର କରି ସରସରା ନାରାୟଣନଗରସ୍ଥିତ ଜାଗୃତି ଗୃହ-୨ରେ ଥଇଥାନ କରାଯାଇଛି। ଯୁବତୀଙ୍କ ଉଦ୍ଧାର ସମୟରେ ହରଭଙ୍ଗା ବି. ଡି. ଓ ଶରତ କୁମାର ସେଠୀ, ହରଭଙ୍ଗା ସି.ଡି.ପି.ଓ ଦୀପ୍ତିମୟୀ ପାତ୍ର, ଜାଗୃତି ଅଧ୍ୟକ୍ଷ ଶୋଭାବତୀ ବେହେରା, କାଉଁସିଲର  ସବିତା ହୋତା, ସରପଞ୍ଚ ଶ୍ରୀବନ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories