www.samajalive.in
Thursday, December 11, 2025
27.1 C
Bhubaneswar

ଜାଣନ୍ତୁ, ବୁଧ ଗ୍ରହ ଜୀବନରେ କ’ଣ ପ୍ରଭାବ ପକାଇଥାଏ

ଆପଣଙ୍କ ଘର, ପରିବାର କିମ୍ବା ନିଜ ଉପରେ ଯଦି କୌଣସି ପ୍ରକାରର ଅସୁବିଧା ଆସିଥାଏ, ତେବେ ସର୍ବପ୍ରଥମେ ଏହା ତୁଳସୀ ବୃକ୍ଷ ଉପରେ ପଡିଥାଏ। ଘରର ମୁଖ୍ୟ ଦ୍ୱାରରେ ଥିବା ତୁଳସୀ ଗଛକୁ ଆମେ ସର୍ବଦା ପୂଜା କରିଥାଉ। ଏହା ଆମକୁ ସବୁ ଅସୁବିଧାରୁ ଦୂରରେ ରଖିଥାଏ ବୋଲି ବିଶ୍ୱାସ ରହିଛି।ପୁରାଣରେ ତୁଳସୀ ଗଛର ମହତ୍ତ୍ୱ:
ପୁରାଣ ଓ ଶାସ୍ତ୍ର ଅନୁସାରେ ଯେଉଁ ଘରକୁ ଅସୁବିଧା ଆସିବାର ଥାଏ ସେହି ଘରୁ ମା ଲକ୍ଷ୍ମୀ ଚାଲିଯାଆନ୍ତି। ଦରିଦ୍ରତା, ଅଶାନ୍ତି ଓ ଝଗଡା ହେଉଥିବା ଘରେ ଲକ୍ଷ୍ମୀ ବାସ କରିପାରନ୍ତି ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର କାରଣ ବୁଧ ଗ୍ରହ ଅଟନ୍ତି। ବୁଧଙ୍କ ପ୍ରଭାବ ପ୍ରତ୍ୟେକ ରଙ୍ଗ ଉପରେ ପଡିଥାଏ। ଏବଂ ସମସ୍ତ ବୃକ୍ଷଲତାର କାରକ ମଧ୍ୟ ବୁଧ ଅଟନ୍ତି।ବୁଧ ଏପରି ଏକ ଗ୍ରହ ଯାହା ଅନ୍ୟ ଗ୍ରହଙ୍କ ନିକଟକୁ ଭଲ ଓ ଖରାପ ଅବସ୍ଥା ପହଞ୍ଚାଇ ଥାନ୍ତି। ଯଦି କୌଣସି ଗ୍ରହ ଅଶୁଭ ଫଳ ଦେଇଥାଏ ତେବେ ବୁଧଙ୍କ ଦ୍ୱାରା ତାହା ବସ୍ତୁ ଉପରେ ପଡିଥାଏ।
ଯଦି କୌଣସି ଗ୍ରହ ଶୁଭ ଫଳ ଦେଇଥାନ୍ତି ତେବେ ଏହାର ପ୍ରଭାବ ତୁଳସୀ ବୃକ୍ଷ ଉପରେ ପଡିଥାଏ। ଏବଂ ତୁଳସୀ ବୃକ୍ଷ ଖୁବ ଶୀଘ୍ର ବଢିଥାଏ। ବୁଧଙ୍କ ପ୍ରଭାବ ଦ୍ୱାରା ବୃକ୍ଷ ବଢିଥାଏ ଏବଂ ମରିଯାଇଥାଏ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories