ମଙ୍ଗଳବାର ରାଶିଫଳ(୨୫/୦୨/୨୦୨୦)

ମେଷ: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୁଯୋଗ ଅଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସତ୍ୟାନୁରକ୍ତ ହେବେ। ପତ୍ନୀଙ୍କୁ ସନ୍ତୁଷ୍ଟ କରିବେ।
ବୃଷ: ମନସ୍କାମନା ପୂରଣ ହେବ। ଶ୍ରମ ସାର୍ଥକ ହେବ। ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହେବେ। କର୍ମରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ। ବିଭବ ଓ ଗୌରବ ମିଳିବ।
ମିଥୁନ: କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତି-ଗାଥା ଶୁଣି କୃତକୃତ୍ୟ ହେବେ। ସତ୍ୟଧର୍ମର ପୂଜାରୀ ହୋଇପାରନ୍ତି।
କର୍କଟ: ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଅଭାବ-ଅନଟନ ଦେଇ ଗତି କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଜଳଯାତ୍ରା, ଯାନବାହନରେ ସତର୍କ ରହିବେ।
ସିଂହ: ସୌଜନ୍ୟତା ରକ୍ଷାକରି ବନ୍ଧୁ ସମାବେଶରେ ଯୋଗଦାନ କରିପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହୋଇଛି। ରୁଚିକର ଭୋଜନ ପାଇବେ।
କନ୍ୟା: ଜଟିଳ କାର୍ଯ୍ୟକୁ ସରଳ କରିବାରେ ସକ୍ଷମ ହେବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। କ୍ଷୟକ୍ଷତିର ସମ୍ଭାବନା ଅଛି।
ତୁଳା: କାର୍ଯ୍ୟରେ ସଫଳତା ଲାଭ କରିବେ। ନାନା ଶାସ୍ତ୍ର ଅଧ୍ୟୟନ କରିବାରେ ମନୋନିବେଶ କରିପାରନ୍ତି। ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦିନଟି ମଧ୍ୟମ ଧରଣର ହେଲେ ବି ଶୁଭପ୍ରଦ ହେବ। ଦାମ୍ପତ୍ୟ ଜୀବନରେ ସୁଖୀ ହେବେ। ଚଞ୍ଚଳମନା ହେବେ।
ବିଛା: କାର୍ଯ୍ୟ ତୃପ୍ତିଦାୟକ ହେବ। କେତେକ କ୍ଷେତ୍ରରେ ଯଦିଓ ଭୁଲବୁଝାମଣା ଘଟିବ; ତଥାପି ଶ୍ରମର ମୂଲ୍ୟାଙ୍କନ ହେବ। ରାଜପୂଜିତ ଓ ପରାକ୍ରମଶାଳୀ ହେବେ।
ଧନୁ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। କେତେକ କ୍ଷେତ୍ରରେ ସଂପର୍କ ତୁଟାଇ ଦେଇପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଅଶାନ୍ତିର ମାତ୍ରା ହ୍ରାସ ପାଇବ। ସରକାରୀ ସ୍ତରରୁ ଲାଭ ମିଳିବ।
ମକର: ଅର୍ଥ ପ୍ରାପ୍ତି ପାଇଁ ଅସ୍ଥିର ହୋଇପାରନ୍ତି। ପ୍ରବଳ ମାତ୍ରାରେ ଆଶାବାଦୀ ହେବେ। ଆକସ୍ମିକ ସମସ୍ୟା ଦେଖାଦେଇ ପାରେ। ମାନସିକ ସ୍ତରରେ ଅଶାନ୍ତି ଉପୁଜିବା ସହ କିଞ୍ଚିତ ଧନପ୍ରାପ୍ତିର ସୂଚନା ମିଳୁଛି। ଚଞ୍ଚଳମନା ଓ ତ୍ୟାଗୀ ହୋଇପାରନ୍ତି।
କୁମ୍ଭ: କର୍ମକ୍ଷେତ୍ରରେ ଅଧିକ କ୍ରିୟାଶୀଳ ହୋଇପାରନ୍ତି। ଧନବାନ୍‍ ହେବେ। ଗୁଣଜ୍ଞ ହୋଇପାରନ୍ତି। ସ୍ୱ ଅର୍ଜିତ ଧନଭୋଗ କରିବେ। ବିତ୍ତବାନ୍‍ ହେବା ଆଶା କରାଯାଏ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବାର ସୂଚନା ମିଳୁଛି।
ମୀନ: ସଂଯମୀ ନ ହେଲେ ଅପଯଶ ମୁଣ୍ଡାଇ ପାରନ୍ତି। ଅଯଥା ବିତର୍କରେ ନିଜର ଜ୍ଞାନ ହାନି ହୋଇପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ହେବ। ଅଧିକ ପରିଶ୍ରମ କରିପାରନ୍ତି। ନାନାବିଭବରେ ମଣ୍ଡିତ ହେବେ। ବସ୍ତୁଲାଭ ହୋଇପାରେ।

Comments are closed.