www.samajalive.in
Friday, December 5, 2025
26.1 C
Bhubaneswar

ବୈଠକ ପୂର୍ବରୁ ପୁଟିନକୁ ପୁଣି ଧମକାଇଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଲାଗି ଆସନ୍ତା ୧୫ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବାର ରହିଛି। ଯୁଦ୍ଧ ବନ୍ଦ କରିବା ଲାଗି ବାଟ ବାହାର କରିବା ପାଇଁ ଏହି ବୈଠକ ବସିବ। ହେଲେ ଟ୍ରମ୍ପ ପୁଣି ନିଜର ବାଚାଳାମୀ ସର୍ବସମ୍ମୁଖରେ ପ୍ରକାଶ କରିଛନ୍ତି। ବୈଠକ ପୂର୍ବରୁ ପୁଟିନଙ୍କୁ ଧମକ ଦେଇ ବୈଠକକୁ ଭଣ୍ଡୁର କରିବାକୁ ପ୍ରୟାସ କରିଛନ୍ତି।

ଶୁକ୍ରବାର ଆଲାସ୍କାରେ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ବୈଠକ ହେବାକୁ ଦିନ ଧାର୍ଯ୍ୟ ହୋଇଛି। ଏଥିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ମଧ୍ୟ ଉପସ୍ଥିତ ରହିବେ। ତେବେ ଏହା ପୂର୍ବରୁ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପୋଷ୍ଟ​‌ରେ ଲେଖିଛନ୍ତି, ପୁଟିନ ଯଦି ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାକୁ ରାଜି ନ ହେବେ ତେବେ ପରିଣତି ଅତି ଭୟଙ୍କର ହେବ। ରୁଷ ଉପରେ ଅଧିକ କଟକଣା ଲାଗୁ କରାଯିବା ସହିତ ଟାରିଫ ପରିମାଣ ବୃଦ୍ଧି କରାଯିବ।

- Advertisement -

ଟ୍ରମ୍ପ ଏପରି ଧମକ ଦେବା ପୂର୍ବରୁ ୟୁରୋପୀୟ ସଂଘ ନେତାମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ। ସେ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ବିରତି ଦିଗରେ ଶତପ୍ରତିଶତ ଉଦ୍ୟମ କରିବେ ବୋଲି କହିଛନ୍ତି।

ତେବେ ଆମେରିକା ଭଳି ରୁଷ ମଧ୍ୟ ବିଶ୍ଵର ଏକ ଶକ୍ତିଶାଳୀ ରାଷ୍ଟ୍ର। ୟୁକ୍ରେନ ସହିତ ରୁଷର ଯୁଦ୍ଧ ଦୀର୍ଘଦିନ ଜାରି ରହିବା ପଛରେ ଆମେରିକାର ହାତ ରହିଥିବା କାହାକୁ ଅଛପା ନାହିଁ। ତା’ ପରେ ବି ଚୋର ମୁହଁ ଟାଣ ଭଳି ଟ୍ରମ୍ପ ରୁଷକୁ ଧମକ ଦେବା ତାଙ୍କର ନିର୍ବୋଧତାକୁ ଦର୍ଶାଉଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories