www.samajalive.in
Monday, December 8, 2025
13.1 C
Bhubaneswar

ନୂଆବର୍ଷରେ ଇରାନକୁ ଆମେରିକାର ବିଧ୍ଵଂସକାରୀ ଶୁଭେଚ୍ଛା; ‘ବହୁତ ଖରାପ ହେବ, ଏହା ଚେତାବନୀ ନୁହେଁ ଧମକ’

ୱାଶିଂଟନ: ନୂଆ ବର୍ଷର ପ୍ରଥମ ଦିନରେ ଆମେରିକା ଇରାନକୁ ଏକ ପ୍ରକାର ବିଧ୍ଵଂସକାରୀ ଶୁଭେଚ୍ଛା ଜଣାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କହିଛନ୍ତି, ବହୁତ ଖରାପ ହେବ, ଏହାକୁ ଚେତାବନୀ ନୁହେଁ, ବରଂ ଧମକ ବୋଲି ବୁଝିନିଅ। ଗତ ମଙ୍ଗଳବାର ଇରାକ ରାଜଧାନୀ ବାଗଦାଦସ୍ଥିତ ଆମେରିକା ଦୂତାବାସ ବାହାରେ ବହୁ ସଂଖ୍ୟାରେ ଇରାନୀ ସମର୍ଥକ ଆମେରିକା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ଦୂତାବାସ ଉପରକୁ ପଥରମାଡ଼ କରିବା ସହିତ କାର୍ଯ୍ୟାଳୟ କାନ୍ଥରେ ଚଢ଼ିବାକୁ ଉଦ୍ୟମ କରିଥିଲେ। ଏହା ପରେ ଟ୍ରମ୍ପ ବୁଧବାର ଇରାନକୁ ଏଭଳି ଧମକ ଦେଇଛନ୍ତି। ଯଦି ଦୂତାବାସର କୌଣସି ଅଧିକାରୀଙ୍କର କିଛି କ୍ଷତି ହୁଏ, ତେବେ ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ ଟ୍ବିଟ୍‌ କରି କହିଛନ୍ତି, ଇରାକସ୍ଥିତ ଆମେରିକା ଦୂତାବାସର ସୁରଦ୍ଧା ବ୍ୟବସ୍ଥାକୁ ଗତ କିଛି ଘଣ୍ଟା ଆଗରୁ ସୁଧାର କରାଯାଇଛି। ଆମ ବାହାଦୁର ସୈନିକମାନେ ବିଶ୍ଵର ସବୁଠାରୁ ବିପଜ୍ଜନକ ଅସ୍ତ୍ରଶସ୍ତ୍ର ସହିତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ମାମଲାରେ ମୁଁ ଇରାକ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ଯେ, ସେମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

- Advertisement -

ଟ୍ରମ୍ପ ଆହୁରି କହିଛନ୍ତି, ଆମ ଦୂତାବାସର କୌଣସି ସଦସ୍ୟଙ୍କୁ ଯଦି କ୍ଷତି ପହଞ୍ଚେ ଅଥବା ସମ୍ପତ୍ତି ନଷ୍ଟ ହୁଏ, ତେବେ ଏଥିପାଇଁ ଇରାନକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରାଯିବ। ଏଥିପାଇଁ ଇରାନକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ଏବଂ ଏହା କୌଣସି ଚେତାବନୀ ନୁହେଁ। ନୂଆ ବର୍ଷ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories