www.samajalive.in
Wednesday, December 10, 2025
16.1 C
Bhubaneswar

ଆମେରିକା ମୁହାଁଉଥିବା ବାତ୍ୟା ଉପରେ ପରମାଣୁ ବୋମା ପକାଇବାକୁ ଟ୍ରମ୍ପଙ୍କ ପରାମର୍ଶ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେତେବେଳେ କ’ଣ କହିବେ ତାହା କଳନା କରିବା ମୁସ୍କିଲ। ନିଜର ମନ୍ତବ୍ୟ ଏବଂ ଯୁକ୍ତି ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ପୁଣି ଥରେ ନିଜର ଖାମଖିଆଲି ମନ୍ତବ୍ୟ ପାଇଁ ଟ୍ରମ୍ପ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଆମେରିକା ଆଡକୁ ଆସୁଥିବା ବାତ୍ୟା ଉପରେ ପରମାଣୁ ବୋମା ପିଙ୍ଗିଦେବାକୁ ପରାମର୍ଶ ଦେଇଛନ୍ତି।

ଆମେରିକାର ଏକ ୱେବ୍‌ସାଇଟ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆମେରିକା ଆଡକୁ ମାଡ଼ି ଆସୁଥିବା ଭୟଙ୍କର ବାତ୍ୟା ‘ଏଲେକ୍ସ’ର ମୁକାବିଲା ପାଇଁ ଟ୍ରମ୍ପ ନିଜ କାର୍ଯ୍ୟାଳୟରେ ଏକ ବୈଠକ କରିଥିଲେ। ଏହି ସମୟରେ ଟ୍ରମ୍ପ ଅଧିକାରୀମାନଙ୍କୁ କହିଥିଲେ ଯେ, ବାତ୍ୟା ଦେଶରେ ପହଞ୍ଚିବା ପୂର୍ବରୁ ଆମେ ତାହା ଉପରେ ପରମାଣୁ ବୋମା ପକାଇଦେବା। ଫଳରେ ତାହାର ଗତିପଥ ବଦଳିଯିବ ଏବଂ ଧିମା ହୋଇଯିବ। ବାତ୍ୟା ଆଉ ଆମେରିକା ମାଟିରେ ପହଞ୍ଚିପାରିବ ନାହିଁ। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଏଥର ନୁହେଁ, ପୂର୍ବରୁ ମଧ୍ୟ ଟ୍ରମ୍ପ ଏଭଳି ମନ୍ତବ୍ୟ ଦେଇଛନ୍ତି ଏବଂ ଏହା ଉପରେ ଗବେଷଣା କରିବାକୁ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories