www.samajalive.in
Saturday, December 6, 2025
19.1 C
Bhubaneswar

ଟ୍ରମ୍ପଙ୍କୁ ୨୦ଟି ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ବିପଦ ଆଶଙ୍କା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦ଟି ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ବିପଦ ଆଶଙ୍କା ରହିଛି। ସେଥିମଧ୍ୟରେ ପ୍ରମୁଖ ଭାବେ ଅଲକାୟଦା, ଇସ୍ଲାମିକ ଷ୍ଟେଟ (ଆଇଏସ), ହିଜ୍ବ ଅଲ ମୁଜାହିଦୀନ ଅଲ ଇସ୍ଲାମୀ(ହୁଜି), ଲଶ୍କର-ଏ-ତୋଇବା, ଜୈଶ-ଏ-ମୋହମ୍ମଦ, ହମାସ, ଇଣ୍ଡିଆନ ମୁଜାହିଦୀନ ସଙ୍ଗଠନ ସାମିଲ ରହିଛି। ଆତଙ୍କବାଦୀ ସଙ୍ଗଠନରୁ ଏହି ବିପଦ ଆଶଙ୍କା କେବଳ ଯେ ଭାରତୀୟ ଗୁଇନ୍ଦା ବିଭାଗ କରିଛି ତାହା ନୁହେଁ, ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏ ପକ୍ଷରୁ ମଧ୍ୟ ଏହି ଆଶଙ୍କା କରାଯାଇଛି। ଏହା ସହ ଇରାନର ନାଗରିକଙ୍କ ଠାରୁ ସଚେତନ ରହିବା ପାଇଁ ଟ୍ରମ୍ପଙ୍କୁ ପରାମର୍ଶ ଦିଆଯାଇଛି। ଜୈଶ-ଏ-ମୋହମ୍ମଦ ସଙ୍ଗଠନ ପକ୍ଷରୁ ଟମ୍ପ୍ରଙ୍କୁ ଧମକ ଦିଆଯାଉଥିବା ଖବର ମିଳିଛି।

ଆମେରିକାର ଆକ୍ରମଣରେ ଇରାକ୍ କମାଣ୍ଡର କାସିମ ସୁଲେମାନୀଙ୍କ ମୃତ୍ୟୁ ପରେ ଇରା୍କ ସରକାର ଓ ସେଠାକାର ନାଗରିକ କ୍ରୋଧରେ ରହିଛନ୍ତି। ତେଣୁ ଭାରତରେ ଥିବା ଇରାକ ନାଗରିକମାନେ ଟ୍ରମ୍ପଙ୍କ ଆଗ୍ରା ଗସ୍ତ ସମୟରେ ବିରୋଧ ପ୍ରଦର୍ଶନ କରିବାର ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୁଲିସ ହୋଟେଲ ଗୁଡିକରେ ଚଢାଉ କରି ଇରାକ୍ ନାଗରିକକୁ ଉଠାଇ ନେବା ଆରମ୍ଭ କରିଛି। ଏହା ସହ ନକ୍ସଲଙ୍କ ସହ ଉଲ୍ଫା ସଙ୍ଗଠନ ପକ୍ଷରୁ ମଧ୍ୟ ଏହି ବିପଦ ଆଶଙ୍କା ରହିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories