ଧାମରା: ‘ଆଜାଦୀ କା ଅମୃତ ମହୋତ୍ସବ’ ତଥା ‘ଘରେ ଘରେ ତ୍ରିରଙ୍ଗା ଅଭିଯାନର ପ୍ରସାର ପ୍ରଚାର ପାଇଁ, ଧାମରାଇ ମଣ୍ଡଳ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଧାମରାଇ ମଣ୍ଡଳ ସଭାପତି ତ୍ରିଦିବେଶ ପ୍ରଧାନ, ଦେବେନ୍ଦ୍ର ନାୟକ, ପ୍ରିୟ ରଞ୍ଜନ ଜେନା, ଅତୁଲ ଜାନା, ରବୀନ୍ଦ୍ର ବାରିକ, ବିଦ୍ୟାଧର ମଳିକ, କୁଟିଆ ମାହୁନ୍ତ, ଅଶୋକ ରାଉତ, ପିତାମ୍ବର ଦାସ, ବିପିନ ବେହେରା ପ୍ରମୁଖ ଏଥିରେ ଯୋଗ ଦେଇ ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ। ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ହାତରେ ତିରଙ୍ଗା ନେଇ ଦେଶଭକ୍ତିମୟ ନାରା ଏବଂ ଦେଶାତ୍ମବୋଧ ଗୀତ ଗାଇ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
Popular Categories



