ରିସର୍ଚ୍ଚ ନର୍ସରୀରୁ ମୁଲ୍ୟବାନ ଶାଗୁଆନ ଗଛ କାଟି କାଠ ଚୋରି ଅଭିଯୋଗ

0

ଅନୁଗୁଳ : ଛେଣ୍ଡିପଦା ବନାଞ୍ଚଳ କୋଶଳା ରିସର୍ଚ୍ଚ ନର୍ସରୀରୁ କାଠ ଚୋରି ଅଭିଯୋଗ ହୋଇଛି। ୮ଟି ଶାଗୁଆନ୍ ଗଛ କାଟି କାଠକୁ ମାଫିଆ ମାନେ ନେଇଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ହେବ ଏହି ରିସର୍ଚ୍ଚ ନର୍ସରୀରୁ ଶହ ଶହ ମୂଲ୍ୟବାନ ଗଛ ଚୋରି ହେଉଥିବା ଅଭିଯୋଗ କରିଛନ୍ତି। ଫଳରେ ଏହି ୮୦ ହେକ୍ଟର ନର୍ସରୀର ରକ୍ଷଣାବେକ୍ଷଣ ଅଭାବରୁ ଓ କର୍ମଚାରୀଙ୍କର ଅନୁପସ୍ଥିତି ଯୋଗୁଁ ପୁରାତନ ରିସର୍ଚ୍ଚ ନର୍ସରୀ ଧ୍ୱଂସ ପାଇବାରେ ଲାଗିଛି। ଏଥିପ୍ରତି ବନବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply