www.samajalive.in
Monday, December 8, 2025
27.1 C
Bhubaneswar

ସାମ୍ବାଦିକ, ଲେଖକ,ପୁଲିସ ଓ ଆଇନଜୀବୀ ଦ୍ବାରା ପଞ୍ଚପଲ୍ଲୀରେ ବୃକ୍ଷ ରୋପଣ

ଜଗତସିଂହପୁର : ଏରସମା ବ୍ଲକର ପ୍ରସିଦ୍ଧ ଶୈବପୀଠ ଗ୍ରାମେଶ୍ୱରଙ୍କ ପୀଠରେ ଥିବା ପର୍ଯ୍ୟଟନ ବିଭାଗର ଯାତ୍ରୀ ନିବାସ ପରିସରରେ ଏକ ବିଶେଷ ଧରଣର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏରସମା ବ୍ଲକ ସାମ୍ବାଦିକ ସଂଘ ତରଫରୁ ଅନୁଷ୍ଠିତ ହୋଇ ଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଏରସମା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ମାଝୀ,ପୂର୍ବତନ ଥାନା ଅଧିକାରୀ ପ୍ରଦ୍ୟୁମ୍ନ କିଶୋର ବେହେରା,ବ୍ଲକ ସାମ୍ବାଦିକ ସଂଘ ସଭାପତି ସୁଶିଲ ମହାନ୍ତି,ଆଇନଜୀବୀ ବୀର ନାରାୟଣ ପାତ୍ର,ସମାଜସେବୀ ମହେଶ୍ୱର ସ୍ୱାଇଁ,ନାରଦୀୟା ପୂର୍ବତନ ସରପଂଚ ଶିଶିର କୁମାର ବିଶ୍ୱାଳ,କବି କୈଳାସ ଚନ୍ଦ୍ର ପ୍ରଧାନ,ବସନ୍ତ ମଞ୍ଜରୀ ଦାସ,ହୃଷିକେଶ ଜେନା,ଶିକ୍ଷାବିତ୍ ରାଜେନ୍ଦ୍ର ପ୍ରସାଦ ଜେନା,ପ୍ରଭାକର ବେହେରା,ସାମ୍ବାଦିକ କାର୍ତିକ ଚନ୍ଦ୍ର ବେହେରା,ପ୍ରଫୁଲ୍ଲ ଦାସ,ସ୍ମୃତି ରଞ୍ଜନ ମହାନ୍ତି,ମନୋଜ ସାହୁ,କ୍ଷେତ୍ରମୋହନ ଦାସ,ସିମାଇଁ ଭୋଳ,ଶିବାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଏହି ପରିସରରେ ବୃକ୍ଷ ରୋପଣ କରିଥିଲେ । ମହାବାତ୍ୟା ପରେ ଉଜୁଡା ଏରସମାକୁ ସବୁଜଶ୍ରୀ ବନାନୀରେ ପରିଣତ କରିବା ଗ୍ଲୋବାଲ ୱାର୍ମିଂ କବଳରୁ ଏ ଉତପ୍ତ ପୃଥିବୀକୁ ରକ୍ଷା କରିବାକୁ ହେଲେ ବ୍ୟାପକ ବନୀକରଣକୁ ଯୁଦ୍ଧ କାଳୀନ ଭିତିରେ ସମସ୍ତେ ଆପଣେଇ ନେବାକୁ ଉପସ୍ଥିତ ଅତିଥି ମାନେ ଗୁରୁତ୍ୱ ଆରୋପ କରିଥିଲେ । ଏହି କାର୍ୟ୍ୟକ୍ରମରେ ଏରସମା ପଞ୍ଚିପଲ୍ଲୀ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories