ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ହେବା ସହ ମନସ୍କାମନା ପୂରଣ ହେବାର ମାସ ବୋଲି ମଧ୍ୟ କୁହାଯାଏ । ଏହା ସହ ବିବାହ ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ ମଧ୍ୟ ଦୂର କରାଯାଇପାରିବ । କାରଣ ଏହି ମାସରେ କଠୋର ତବସ୍ୟା କରି ମା’ ପାର୍ବତୀ ମହାଦେବଙ୍କୁ ପାଇଥିଲେ । ତେଣୁ ଏହି ମାସ ଭଗବାନ ଶିବଙ୍କ ପୂଜା ପାଇଁ ବିଶେଷ ମହତ୍ତ୍ବ ରଖିଥାଏ ।
ସୋମବାରର ପ୍ରତିନିଧି ଗ୍ରହ ହେଉଛି ଚନ୍ଦ୍ରମା । ଏହି ଗ୍ରହ ହେଉଛି ମନର କାରକ । ଚନ୍ଦ୍ରମା ଭଗବାନ ଶିବଙ୍କ ମସ୍ତକରେ ବିରାଜମାନ କରିଛନ୍ତି । ଏହି କାରଣରୁ ଭଗବାନ ଶିବ ଭକ୍ତଙ୍କ ମନକୁ ନିୟନ୍ତ୍ରିତ କରିଥାଆନ୍ତି ।
ହିନ୍ଦୁ ମାନ୍ୟତା ଅନୁସାରେ ଶ୍ରାବଣ ମାସର ସେମାବାର ଦିନ ଶିବଲିଙ୍ଗ ପୂଜା କରିବା ଦ୍ବାରା ବିଶେଷ ଲାଭ ମିଳିଥାଏ । କୁମାରୀ ଝିଅମାନେ ମନମୁତାବକ ବର ପ୍ରାପ୍ତି ପାଇଁ ଶ୍ରାବଣ ମାସର ସୋମବାର ବ୍ରତ ରଖିବା ଉଚିତ୍ ।
ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଶ୍ରାବଣ ମାସରେ କ୍ଷୀର, ଦହି, ଘିଅ, ମହୁ ଏବଂ ପଞ୍ଚାମୃତରେ ଭଗବାନ ଶିବଙ୍କ ଅଭିଷେକ କରନ୍ତୁ ।
‘ଓଁ ପାର୍ବତୀ ପତୟେ ନମଃ’ ଏହି ମନ୍ତ୍ରକୁ ରୁଦ୍ରାକ୍ଷ ମାଳରେ ୧୦୮ ଥର ଜପ କରନ୍ତୁ ।
ଭଗବାନ ଶିବ ମନ୍ଦିରରେ ସନ୍ଧ୍ୟା ସମୟରେ ଗାଈ ଘିଅ ର ଦୀପ ସଠିକ୍ ଶୈଳୀରେ ଜଳାନ୍ତୁ ।



