www.samajalive.in
Monday, December 8, 2025
13.1 C
Bhubaneswar

ଜାଣନ୍ତୁ କେଉଁ ସ୍ଥାନକୁ ଭ୍ରମଣ ପାଇଁ ଗଲେ ଆଣିବେ କେଉଁ ଜିନିଷ

ଆମେ ସଭିଏଁ ଇଚ୍ଛା କରିଥାଉ ଯେ, ଯେଉଁ ସମସ୍ତ ସ୍ଥାନକୁ ଆମେ ଭ୍ରମଣ ପାଇଁ ଯାଉଛେ, ତାହା ଆମ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହୁ। ଏହି କାରଣରୁ ଆମେ ଯେଉଁ ସ୍ଥାନକୁ ବୁଲିବାକୁ ଯାଉ ସେଠାକାର ଭିନ୍ନ ସ୍ଥାନ, ଖାଦ୍ୟପେୟ, ବିଭିନ୍ନ ସାମଗ୍ରୀ ହିଁ ଆମକୁ ଭିନ୍ନ ଅନୁଭୂତି ପ୍ରଦାନ କରିଥାଏ। ଏତଦ ବ୍ୟତୀତ ନିଜ ଭ୍ରମଣକୁ ସର୍ବଦା ସ୍ମରଣୀୟ ରଖିବା ପାଇଁ ସେଠାକାର ସ୍ମୃତି ବହନ କରୁଥିବା କିଛି ଜିନିଷ ଆଣନ୍ତୁ। ଆସନ୍ତୁ ଜାଣିବା କେଉଁ ରାଜ୍ୟକୁ ବୁଲିବାକୁ ଗଲେ ସେଠାକାର କେଉଁ ପ୍ରସିଦ୍ଧ ଜିନିଷ ନିଜ ସହ ଆଣିବେ ….
ଗୁଜୁରାଟ –
ଗୁଜୁରାଟରେ କାଚରେ ହୋଇଥିବା କାରୁକାର୍ଯ୍ୟର ବହୁ ଜିନିଷ ଆପଣ ବିିଭିନ୍ନ ସ୍ଥାନରେ ଦେଖିବାକୁ ପାଇବେ। ଛୋଟ ଛୋଟ କାଚର ଖଣ୍ଡ ଅଂଶକୁ ପ୍ରୟୋଗ କରାଯାଇ ବହୁ ସୁନ୍ଦର ସୁନ୍ଦର ସାଜସଜ୍ଜା ଦ୍ରବ୍ୟ ଏଠାରେ ଦେଖିବାକୁ ମିଳିଥାଏ। ଆଭୂଷଣ ଆଦି ରଖିବା ପାଇଁ ଏଠାରେ ସୁନ୍ଦର ସୁନ୍ଦର ବାକ୍ସ ମଧ୍ୟ ମିଳିଥାଏ। ଏହି ସମସ୍ତ ପ୍ରକାରର ଜିନିଷ ଆପଣ ଅହମଦାବାଦର ଦୁଇଟି ପ୍ରମୁଖ ମାର୍କେଟରେ ପାଇପାରିବେ।
ହରିୟାଣା –
ପିତ୍ତଳ ଓ ପଥରରେ ନିର୍ମିତ ବିଭିନ୍ନ ସୁନ୍ଦର ମୂର୍ତ୍ତି, ପିତ୍ତଳ ବାସନକୁସନ ଆଦି ଏଠାରେ ମିଳିଥାଏ। ଏହାସହ କାଠରେ ନିର୍ମିତ ସୁନ୍ଦର ସୁନ୍ଦର ଦ୍ରବ୍ୟ ମଧ୍ୟ ଏଠାରେ ମଳିଥାଏ।
ଜାମ୍ମୁ କାଶ୍ମୀର –
ଯଦି ଆପଣ ଜାମ୍ମୁ କାଶ୍ମୀର ବୁଲିବାକୁ ଯାଆନ୍ତି, ତେବେ ସେଠାରୁ ବିଭିନ୍ନ ଶୀତବସ୍ତ୍ର ଯେପରି ସୁନ୍ଦର ରଙ୍ଗବେରଙ୍ଗର ସାଲ୍‍ , ଚାଦର, କାଗଜରେ ପ୍ରସ୍ତୁତ ଆକର୍ଷଣୀୟ ଦ୍ରବ୍ୟ ମଧ୍ୟ କିଣିପାରିବେ।
ଝାଡ଼ଖଣ୍ଡ –
ଏଠାରେ ପିତ୍ତଳରେ ନିର୍ମିତ ଭିନ୍ନ ଭିନ୍ନ ପ୍ରକାରର ମୂର୍ତ୍ତି କିଣିପାରିବେ। ଏହି ସ୍ଥାନରେ ହିଁ ପ୍ରଥମଥର ପିତ୍ତଳକୁ ତରଳାଇ ଛାଞ୍ଚରେ ଦେବାଦେବୀଙ୍କ ମୂର୍ତ୍ତି ନିର୍ମିତ ହୋଇଥିଲା ବୋଲି କୁହାଯାଏ।

କର୍ଣ୍ଣାଟକ-
ଏତଦ୍ ବ୍ୟତୀତ କର୍ଣ୍ଣାଟକରୁ ପ୍ରସିଦ୍ଧ ରେଶମୀ ପୋଷାକ, ଶାଢୀ ମଧ୍ୟ କିଣିପାରିବେ। ଏଠାରେ ରେଶମରେ ପ୍ରସ୍ତୁତ ପୋଷାକ, ଶାଢୀ ନିଜର ସ୍ୱତନ୍ତ୍ର କାରୁକାର୍ଯ୍ୟ, ଉନ୍ନତ ମାନର ବୁଣିବା ଶୈଳୀ କାରଣରୁ ସାରା ଦୁନିଆରେ ଖୁବ ପ୍ରସିଦ୍ଧ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories