www.samajalive.in
Thursday, December 11, 2025
15.1 C
Bhubaneswar

ରଙ୍ଗେଇଲୁଣ୍ଡା ବିମାନବନ୍ଦରରେ ଗୋରୁପଲ, ପରିବହନ ମନ୍ତ୍ରୀ ଖପ୍ପା

ଗୋପାଳପୁର: ରାଜ୍ୟ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୋପାଳପୁର ଗସ୍ତ କରି ଫେରୁଥିବା ସମୟରେ ଅଚାନକ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସନ୍ନିକଟ ରଙ୍ଗେଇଲୁଣ୍ଡା ବିମାନବନ୍ଦର ପରିଦର୍ଶନ କରିଛନ୍ତି। ସେଠାରେ ଚାଲିଥିବା କାମର ଅଗ୍ରଗତି ନେଇ ମନ୍ତ୍ରୀ ଆଲୋଚନା କରିବାକୁ ଚାହିଁଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ବିମାନବନ୍ଦର ପ୍ରବେଶ ପଥରେ ତାଲା ଝୁଲୁଥିବା ଓ ପଡିଆ ପରିସରରେ ଗୋରୁ ପଲ ବୁଲୁଥିବା ଦେଖି ମନ୍ତ୍ରୀ ଖପ୍ପା ହୋଇଯାଇଥିଲେ।

ମନ୍ତ୍ରୀ ପ୍ରାୟ‌ ୩୦ ମିନିଟ କାଳ ରହିଥିଲେ ମଧ୍ୟ ରାସ୍ତା ଓ କୋଠାବାଡ଼ି ବିଭାଗର କୌଣସି ପଦାଧିକାରୀଙ୍କ ଦେଖା ମିଳି ନ ଥିଲା। ଫଳରେ ସେଠାରେ ଉପସ୍ଥିତ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହ ବିମାନ ପଡ଼ିଆର ଅଗ୍ରଗତି ନେଇ ଆଲୋଚନା କରିଥିଲେ। ଏ ନେଇ ମନ୍ତ୍ରୀ ଜେନାଙ୍କ ସହ ଆଲୋଚନା ସମୟରେ ସେ କହିଥିଲେ ଯେ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିମାନ ପଡିଆ ସମ୍ପ୍ରସାରଣ କାମ ସରିବା ପରେ ଏଠାରୁ ପ୍ରତ୍ୟହ ଅଧିକ ସିଟ୍ ବିଶିଷ୍ଟ ବିମାନ ଚଳାଚଳ ନିମନ୍ତେ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯିବ। ବିମାନ ପଡିଆ ନିର୍ମାଣ ପରେ ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନିମନ୍ତେ ମଧ୍ୟ ପଦକ୍ଷେପ ନିଆଯିବ । ଏହା ସହ ବିମାନ ପଡିଆ ସମ୍ପ୍ରସାରଣ କାମ ଚାଲୁ ରହିଥିବା ବେଳେ ବିଭାଗୀୟ ଅଧିକାରୀମାନେ ନିର୍ମାଣ ସ୍ଥାନରେ ଉପସ୍ଥିତ ରହୁ ନ ଥିବାରୁ ଏ ନେଇ କୈଫିୟତ ମଗାଯିବ ବୋଲି ମତପୋଷଣ କରିଥିଲେ।

- Advertisement -

ସୂଚନାଯୋଗ୍ୟ, ବ୍ରିଟିଶ ଅମଳରୁ ତଥା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରୁ ବ୍ରହ୍ମପୁର ସନ୍ନିକଟ ଭଞ୍ଜବିହାରଠାରେ  ଭଞ୍ଜବିହାର ବିମାନ ପଡ଼ିଆର ନିର୍ମାଣ କରାଯାଇଥିଲା । କାଳକ୍ରମେ ଏହି ବିମାନ ପଡିଆରେ ଓଡ଼ିଶା ସରକାର, କେନ୍ଦ୍ରୀୟ ପ୍ରତିରକ୍ଷା ବିଭାଗ, ବେସରକାରୀ ପ୍ରତିଷ୍ଠାନ ଦ୍ବାରା ବ୍ୟବହୃତ ହୋଇ ଆସୁଥିଲା। ୨୦୧୮ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାର କେତେକ ଛୋଟ ବିମାନ ବନ୍ଦରର ରୂପାନ୍ତରୀକରଣ ନିମନ୍ତେ ଉଡାନ ଯୋଜନାରେ ସାମିଲ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ରଙ୍ଗେଇଲୁଣ୍ଡା ବିମାନ ପଡିଆ ପାଇଁ ଠିକ ସମୟରେ ଡିପିଆର ପ୍ରସ୍ତୁତ କରାଯାଇ ପାରି ନ ଥିବାରୁ ଏହି ବିମାନ ପଡିଆ ଉଡାନ ଯୋଜନାରେ ସାମିଲ ହେବାରୁ ବଞ୍ଚିତ ରହିଥିଲା।

ଏହି ବିମାନ ବନ୍ଦରକୁ ଗ୍ରିନଫିଲ୍ଡ ବିମାନ‌ ବନ୍ଦର ଭାବେ ଗଢି ତୋଳିବା ସହ ଏଠାରୁ ପ୍ରତ୍ୟହ ବିମାନ ଚଳାଚଳ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଥିଲା। ଶେଷରେ ନବୀନ ସରକାରଙ୍କ ସମୟରେ ୨୦୨୩ ମାର୍ଚ୍ଚ ୫ ତାରିଖରେ ତରବରିଆ ଭାବେ ୪୦ ଏକର ପରିମିତ ଏବଂ ୭୫୦ ମିଟର ରନଓ୍ବେ ବିଶିଷ୍ଟ ବିମାନ ପଡିଆରୁ ଭୃବନେଶ୍ବର ଓ ବ୍ରହ୍ମପୁର ମଧ୍ୟରେ ବିମାନ ସେବାର ଶୁଭାରମ୍ଭ କରାଯାଇଥିଲା। ଏଠାରୁ ସପ୍ତାହରେ ଦୁଇଦିନ ୯ଟି ଆସନ ବିଶିଷ୍ଟ ନନ୍ ସେଡ୍ୟୁଲଡ  ବିମାନ ଚଳାଚଳ ଆରମ୍ଭ କରାଯାଇଥିଲା। ଏହା ମଧ୍ୟରେ ଅନେକ ସମୟରେ କେବଳ ଜଣେ ଯାତ୍ରୀଙ୍କୁ ନେଇ ବିମାନ ଚଳାଚଳ ସହ କେବେ କେବେ ବିନା ଯାତ୍ରୀରେ ଏଠାରୁ ବିମାନ ଚଳାଚଳ ମଧ୍ୟ କରିଆସୁଥିଲା। ବିମାନ ବନ୍ଦର ସମ୍ପ୍ରସାରଣ କାମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୩୧ କୋଟି ୫ ଲକ୍ଷ ୭୩ ହଜାର ୨୬୦ ଟଙ୍କା ବ୍ୟୟ ଅଟକଳରେ ଗତ ଡିସେମ୍ବର ୨୭ ତାରିଖରୁ  ବିମାନ ବନ୍ଦରର ଉନ୍ନତିକରଣ କାମ ଚାଲୁ ରହିଥିବା ବେଳେ ଆସନ୍ତା ଡ଼ିସେମ୍ବର ୨୬ ତାରିଖ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏବେ ଗତ ଜୁଲାଇ ମାସରୁ ବିମାନ ଚଳାଚଳ ବନ୍ଦ ରହିଥିବା ବେଳେ ଅଗଷ୍ଟ ମାସରୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ରନଓ୍ବେ କାମ ଆରମ୍ଭ ହେଉଥିବାରୁ ଆଗାମୀ ଘୋଷଣା ପର୍ଯ୍ୟନ୍ତ ବିମାନସେବା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories