www.samajalive.in
Sunday, December 7, 2025
14.1 C
Bhubaneswar

ଚଳନ୍ତା ଟ୍ରେନ୍ ଛାତରେ ବିପଜ୍ଜନକ ଖେଳ, ଭିଡିଓ ଦେଖି ସମସ୍ତେ କଲେ ତାଗିଦ୍

ନୂଆଦିଲ୍ଲୀ : ଆଜିକାଲି ଯୁବପିଢିଙ୍କୁ ସାମାଜିକ ଗଣମାଧ୍ୟମରେ ପ୍ରସିଦ୍ଧି ଲାଭ କରିବାର ନିଶା ଏତେ ଘାରିଛି ଯେ ସେମାନେ ଅନେକ ବିପଜ୍ଜନକ କାମ କରିବାକୁ ପଛାଉ ନାହାଁନ୍ତି । ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଏଭଳି ଦୁଃସାହସିକ କାମ କରି ଅନେକ ପ୍ରାଣ ହରାଇଛନ୍ତି । ନିକଟରେ ଏମିତି ଏକ ଘଟଣାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଯେଉଁଥିରେ ଜଣେ ଯୁବକ ଖାମଖିଆଲି ଢଙ୍ଗରେ ଚଳନ୍ତା ଟ୍ରେନ୍ ଉପରେ ଷ୍ଟଣ୍ଟ ମାରୁଛନ୍ତି ।

- Advertisement -

ଭାଇରାଲ ଭିଡିଓରେ ନଜର ଆସୁଛି କି ଜଣେ ଯୁବକ ଚଳନ୍ତା ଟ୍ରେନ୍ ଉପରେ ଠିଆ ହୋଇଛନ୍ତି । ଟ୍ରେନଟି ଏକ ପୋଲ ଉପରେ ଯାତ୍ରା କରୁଛି । ଯେତେବେଳେ ବ୍ୟାରିୟର ଆସୁଛି ସେ ବସିପଡୁଛନ୍ତି । ଏବଂ ପୁଣି ଠିଆ ହୋଇପଡୁଛନ୍ତି । ପୁଣି ଯେତେବେଳେ ଆଉ ଏକ ବ୍ୟାରିୟର ଆସୁଛି ସେ ପୁଣି ସେମିତି କରୁଛନ୍ତି । ଯଦି ସେ ସାମାନ୍ୟ ବେହୁସିଆର ହେବେ ତେବେ ତାଙ୍କ ଜୀବନ ଚାଲିଯାଇପାରେ । କିନ୍ତୁ ସେ ସେଥିପ୍ରତି ତିଳେ ମାତ୍ର ଚିନ୍ତା କରୁନାହାଁନ୍ତି ।

ଭିଡିଓଟି ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣାଟି ବାଂଲାଦେଶର । ଏହାକୁ ପ୍ରାୟ ୨ ଲକ୍ଷ ଲୋକ ଦେଖିସାରିଲେଣି । ସମସ୍ତେ ପ୍ରତିକ୍ରିୟା ରଖି ଯୁବକଙ୍କ ଏଭଳି କାର୍ଯ୍ୟକଳାପରେ କ୍ଷୁବ୍ଧ ହେଉଛନ୍ତି ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories