www.samajalive.in
Monday, December 8, 2025
14.1 C
Bhubaneswar

ଜଷ୍ଟିସ ରଞ୍ଜନ ଗୋଗଇଙ୍କ ନିଯୁକ୍ତିକୁ ଚାଲେଞ୍ଜ କରି ପିଟିସନ ଦାୟର; ବୁଧବାର ହେବ ଶୁଣାଣି

ନୂଆଦିଲ୍ଲୀ : ଜଷ୍ଟିସ ରଞ୍ଜନ ଗୋଗଇଙ୍କୁ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଏହାକୁ ଚାଲେଞ୍ଜ କରି ପିଟିସନ ଦାୟର କରାଯାଇଛି। ଓକିଲ ଆର ପି ଲୁଥ୍ରା ଏହି ପିଟିସନ ଦାୟର କରିଥିବାବେଳେ ଏହାକୁ ଶୁଣାଣି ଲାଗି ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ବୁଧବାର ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଏଏମ୍‍ ଖାନୱିଲକର ଓ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ପୀଠ ଏହି ପିଟିସନର ଶୁଣାଣି କରିବେ। ଆବେଦକାରୀ ଲୁଥ୍ରା ଓ ତାଙ୍କ ଓକିଲ ସତ୍ୟବୀର ଶର୍ମା ଦର୍ଶାଇଛନ୍ତି ଯେ ଜାନୁଆରୀ ୧୨ ତାରିଖରେ ଜଷ୍ଟିସ ଗୋଗଇଙ୍କ ସହିତ ଅନ୍ୟ ତିନି ବରିଷ୍ଠ ବିଚାରପତି ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ ଡକାଇ ଯେଉଁ ଅଭିଯୋଗ ଆଣିଥିଲେ ତାହା ଦେଶର ନ୍ୟାୟପାଳିକା ପ୍ରତି ଅନ୍ତର୍ଘାତୀ ସଦୃଶ। କେତେକ ମତଭେଦକୁ ନେଇ ବରିଷ୍ଠ ବିଚାରପତିମାନେ ସାଧାରଣ ଜନତାଙ୍କୁ ସ୍ୱର ଉଠାଇବାକୁ ଉସୁକାଇବା ଭଳି କାମ କରିଥିଲେ। ପିଟିସନରେ ଭାରତ ସରକାର, ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ଓ ଜଷ୍ଟିସ ରଞ୍ଜନ ଗୋଗଇଙ୍କୁ ପକ୍ଷଭୁକ୍ତ କରାଯାଇଛି। ସେପ୍ଟେମ୍ବର ୩ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ଗୋଗଇଙ୍କୁ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ଅକ୍ଟୋବର ୩ରେ ସେ ଶପଥ ଗ୍ରହଣ କରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories