www.samajalive.in
Monday, December 8, 2025
13.1 C
Bhubaneswar

ଆସନ୍ତାକାଲି ବିଶ୍ଵ ପରିବେଶ ଦିବସ : ସହରୀ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ଵ

ନୂଆଦିଲ୍ଲୀ : ପ୍ରତିବର୍ଷ ଜୁନ ୫ ତାରିଖ ଦିନ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଥାଏ । ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ବିଷୟବସ୍ତୁ ଅନୁସାରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବିଭିନ୍ନ କାର୍ଯ୍ୟକ୍ରମର ସଂଯୋଜନା କରିଥାଏ । କୋଭିଡ-୧୯ ବୈଶ୍ଵିକ ମହାମାରୀ ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ଜୈବ ବିବିଧତା ବିଷୟବସ୍ତୁକୁ ଆଧାର କରି ଚଳିତ ବର୍ଷ ସହରୀ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ଵାରୋପ କରିଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ଦିବସ ପାଳନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମ ଶୁକ୍ରବାର ଅର୍ଥାତ ଜୁନ୍ ୫, ଦିନ ସକାଳ ୯ଟା ବେଳେ ଅନୁଷ୍ଠିତ ହେବ ଓ ଏହା https://www.youtube.com/watch?v=IzMQuhmheooରେ ପ୍ରସାରଣ ହେବ।

ଭାରତରେ ଅଧିକ ଜନସଂଖ୍ୟା ଓ ଗୃହ ପାଳିତ ପଶୁଙ୍କ ଯୋଗୁଁ କମ୍ ସମତଳ ଜମି ଉପଲବ୍ଧ ହେବା ସହ ମାତ୍ର ଶତକଡା ୮ ଭାଗ ଜୈବ ବିବିଧତା ରହିଛି । ଆମ ଦେଶ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ଓ ବୃକ୍ଷଲତା ଯୋଗୁଁ ଜୈବ ବିବିଧତାରେ ସମୃଦ୍ଧ । ଜୈବ ବିବିଧତାର ସଂରକ୍ଷଣ ପାରମ୍ପରିକ ଭାବେ ଦୂରଦୂରାନ୍ତ ବନାଞ୍ଚଳ ମଧ୍ୟରେ ସୀମାବଦ୍ଧ ଥିବା ବେଳେ ବ୍ୟାପକ ସହରୀକରଣ ଯୋଗୁଁ ସହରାଞ୍ଚଳରେ ଏହାର ସଂରକ୍ଷଣର ଆବଶ୍ୟକତା ଦେଖାଦେଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ସେ ଦୃଷ୍ଟିରୁ ସହରୀ ବନୀକରଣ ଯୋଜନାକୁ ପୁନଃ ଆରମ୍ଭ କରିବାକୁ ସ୍ଥିର କରିଛି । ଦେଶର ୨୦୦ ମହାନଗରୀରେ ଉଦ୍ୟାନ ଥିବା ସତ୍ଵେ ଜଙ୍ଗଲ ନଥିବାରୁ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । ଏହାଫଳରେ ସହରଗୁଡିକରେ ସତେଜ ପରିବେଶ ଓ ଜଳବାୟୁ ଉପଲବ୍ଧ ହେବ ।

- Advertisement -

ପୁଣେ ନଗରୀରେ ୪୦ ଏକର ପରିମିତ ଜାଗାରେ ଏହି ବନୀକରଣ ହୋଇଛି । ଏଠାରେ ୬୫ ହଜାରରୁ ଅଧିକ ଗଛ, ୫ଟି ଜଳାଶୟ ଓ ୨ଟି ପର୍ଯ୍ୟବେକ୍ଷଣ ଗମ୍ଭୁଜ ସହ ୨୫ ରୁ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଗଛ ଅଛି । ଏହି ଜଙ୍ଗଲରେ ଜୈବ ବିବିଧତାର ନିଦର୍ଶନ ସ୍ୱରୂପ ୨୩ ପ୍ରଜାତିର ବୃକ୍ଷ, ୨୯ ପ୍ରଜାତିର ପକ୍ଷୀ, ୧୦ ପ୍ରଜାତିର ସରୀସୃପ ଓ ୩ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଦେଖାଯାଉଛନ୍ତି । ଏହି ସହରୀ ଜଙ୍ଗଲ ଯୋଗୁଁ ପରିବେଶ ସନ୍ତୁଳନ ରକ୍ଷା ହେବା ସହ ଏହା ପୁଣେବାସୀଙ୍କ ନିମନ୍ତେ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣର କେନ୍ଦ୍ର ଭାବେ ପରିଗଣିତ ହୋଇଛି। ଦେଶର ଅନ୍ୟମାନଙ୍କ ନିମନ୍ତେ ଏହି ସହରୀ ଜଙ୍ଗଲ ଏକ ଆଦର୍ଶ ରୂପେ ପରିଣତ ହୋଇଛି ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories