ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଚାଲିଥିବା ରାମ ଜନ୍ମଭୂମୀ ଏବଂ ବାବ୍ରି ମସଜିଦ ବିବାଦ ବା ଅଯୋଧ୍ୟା ମାମଲାର ଆସନ୍ତାକାଲି ଅର୍ଥାତ ବୁଧବାର ଶେଷ ଶୁଣାଣି ହେବ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି ଏହି ମାମଲାର ଶୁଣାଣିର ଆଜି ହେଉଛି ୩୯ତମ ଦିନ । ଆସନ୍ତାକାଲି ମାମଲା ଶୁଣାଣିର ୪୦ତମ ଦିନ ଏବଂ ଏହା ହେବ ଶେଷ ଦିନ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।
ପୂର୍ବରୁ ଗତ ୨୬ ତାରିଖରେ ପ୍ରଧାନ ବିଚାରପତି କହିଥିଲେ ଯେ, ଅକ୍ଟୋବର ୧୮ ତାରିଖ ସୁଦ୍ଧା ଯେକୌଣସି ପରିସ୍ଥିତିରେ ମାମଲାର ଶୁଣାଣି ଶେଷ ହେବ। ତେଣୁ ସମସ୍ତ ପକ୍ଷ ନିର୍ଦ୍ଧାରତ ସମୟ ସୀମା ମଧ୍ୟରେ ଅଦାଲତରେ ସମସ୍ତ ଦସ୍ତାବିଜ ଉପସ୍ଥାପନ କରିବା ସହ ଜବାବ ସୁଆଲ ଶେଷ କରିବାକୁ କହିଥିଲେ। କାରଣ ଚୁଡାନ୍ତ ରାୟ ଲେଖିବାକୁ ଖଣ୍ଡପୀଠକୁ ୪ ସପ୍ତାହ ସମୟ ଲାଗିବ। ତେଣୁ ମାମଲାର ଶୁଣାଣି ପାଇଁ ଆଉ ସମୟ ବୃଦ୍ଧି କରାଯାଇ ପାରିବ ନାହିଁ।
ଅନ୍ୟପକ୍ଷରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନଭେମ୍ବର ୧୭ ତାରିଖରେ ଅବସର ଗ୍ରହଣ କରୁଛନ୍ତି। ତେଣୁ ମାମଲାର ଚୁଡାନ୍ତ ରାୟ ପ୍ରଦାନ କରିବାକୁ ସ୍ଥିର କରାଯାଇଛି।



