www.samajalive.in
Sunday, December 14, 2025
26.1 C
Bhubaneswar

ସ୍ବଚ୍ଛ ଭାରତ ଯୋଜନାର ବିକଳ ଚିତ୍ର; ସହରରେ ଘର, ଜଙ୍ଗଲରେ ପାଇଖାନା

ଜେମାଦେଇପେଣ୍ଠ : ସ୍ବଚ୍ଛ ଭାରତର ବିକଳ ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲାରେ। ସହରରେ ହିତାଧିକାରୀଙ୍କ ଘର, ୧୫ରୁ ଊର୍ଦ୍ଧ୍ବ କିମି ଦୂର ଜଙ୍ଗଲ ମଝିରେ ତାଙ୍କ ନାଁରେ ତିଆରି ହୋଇଛି ପାଇଖାନା। ଅବ୍ୟବହୃତ ଭାବେ ପଡ଼ି ରହିଥିବା ଏହି ପାଇଖାନାକୁ ଦେଖିଲେ ସ୍ବଚ୍ଛ ଭାରତ କିଭଳି ଉପାନ୍ତ ଓ ଅବହେଳିତ ଅଞ୍ଚଳରେ ଦିଗହରା ତାହା ସ୍ପଷ୍ଟ ବୁଝି ହେଉଛି। ରାୟଗଡ଼ା ବ୍ଲକ କାରୁବାଇ ପଞ୍ଚାୟତର ପାନବ।ଡ଼ି ଗାଁରେ ଜନୈକ ଜନ ପ୍ରତିନିଧିଙ୍କ ନାମରେ ଜଙ୍ଗଲ ମଝିରେ ପାଇଖାନା ତିଆରି ହୋଇ ବ୍ୟବହାର ନ ହୋଇ ପଡି ରହିଥିବା ଦେଖିବାକୁ ମିଳିଛି।
ଜନଗଣନା ଅନୁସାରେ ଓଡ଼ିଶାରେ ପ୍ରାୟ ୭୬,୫ ପ୍ରତିଶତ ଘରେ ପାଇଖାନା ନାହିଁ, ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଏମିତି ଗାଁ ଅଛି ଯେ ଶିକ୍ଷା ଓ ସ୍ବାସ୍ଥ୍ୟ ଅବସ୍ଥା ଅତି ଶୋଚନୀୟ,, ସେଠାରେ ପରିମଳ ବିଷୟରେ ଆଦୌ ଧାରଣା ନ ଥିବା ଆଦିବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନାରେ ପ୍ରତ୍ୟେକ ଘରେ ପାଇଖାନା ତିଆରି କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଯୋଜନାର ଲକ୍ଷ୍ୟ ଥିଲା। ପାଇଖାନା ତିଆରି ପାଇଁ ଜିଲା ପ୍ରଶାସନକୁ ସ୍ୱଚ୍ଛ ଭାରତ ମିଶନ ତରଫରୁ ପ୍ରତ୍ୟେକ ହିତାଧିକାରୀଙ୍କୁ ବାର ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଗଲା, କିନ୍ତୁ ପରିତାପର ବିଷୟ ଯେ ଆଦିବାସୀ ତଥା ଅପହଞ୍ଚ ଅଞ୍ଚଳରେ ଏହି ଯୋଜନାର ବିକଳ ଚିତ୍ର ଦେଖିବାକୁ ମିଳୁଛି। କେଉଁଠି ପୁରୁଣା ଘରକୁ ପାଇଖାନା ଦର୍ଶାଇ ତ ଆଉ କେଉଁଠି ଘର ନ ଥାଇ ଜଙ୍ଗଲ ମଝିରେ ପାଇଖାନା ତିଆରି କରି ହିତାଧିକାରୀଙ୍କ ଅର୍ଥ ହରିଲୁଟ୍ ହୋଇଛି, ପୁଣି ଅନେକ ଗାଁରେ ପାଇଖାନା ବ୍ୟବହାର ଉପଯୋଗୀ ନ ହୋଇ କିମ୍ବା ଅଚଳ ହୋଇ ପଡ଼ିଥିବା ବେଳେ ଗାଁ ମୁଣ୍ଡରେ ’ବାହ୍ୟ ମଳମୁକ୍ତ ଗାଁ’ ର ଚକାଚକ ଫଳକ ବୋର୍ଡ ଶୋଭା ପାଉଛି।
ଏଭଳି ଅଭିଯୋଗ ସମ୍ପର୍କରେ ରାୟଗଡ଼ା ବିଡ଼ିଓ ରାଜେନ୍ଦ୍ର କୁମାର ମାଝିଙ୍କୁ ପଚାରିବାରୁ ସେ କହିଲେ ଏମିତି ଅଭିଯୋଗ ଅନେକ ଆସୁଛି, କିଛି ଏନଜିଓ ସଂସ୍ଥା ପ୍ରଶାସନର ଗାଇଡ ଲାଇନ ନ ମାନି ରାତାରାତି ପାଇଖାନା ତିଆରି କରି ତଞ୍ଚକତା ପୂର୍ବକ ବିଲ୍ ପାସ୍ କରି ଅର୍ଥ ହଡ଼ପ କରିଛନ୍ତି। ତେଣୁ ଗ୍ରାମୀଣ ଜଳଯୋଗାଣ ଅଧିକାରୀଙ୍କ ସହିତ ଆଲୋଚନା କରି ଉକ୍ତ ଘଟଣାର ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories