www.samajalive.in
Sunday, December 7, 2025
16.1 C
Bhubaneswar

ଆଜି ଧୈର୍ଯ୍ୟର ସହ ସମସ୍ୟାର ସମାଧାନ କରିବେ: ଶନିବାର ରାଶିଫଳ

ମେଷ: ଭିନ୍ନ ଭିନ୍ନ ସୂତ୍ରରୁ ଆୟ ହେବାର ସୂଚନା ମିଳୁଛି। ଆପଣଙ୍କ ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ଭୋଜନ ରୁଚିପୂର୍ଣ୍ଣ ହେବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ମହତ ହେବ।
ବୃଷ: ପ୍ରତ୍ୟେକ ଅସାଧ୍ୟକୁ ସାଧନ କରିପାରନ୍ତି। ନିଜ ମନରେ ସାହସ ଓ ଆତ୍ମପ୍ରତ୍ୟୟ ସୃଷ୍ଟି ହେଲେ ଲକ୍ଷ୍ୟସ୍ଥଳରେ ଉପନୀତ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ଅଯଥା ବିତର୍କରେ ଭାଗ ନ ନେବା ଭଲ।
ମିଥୁନ: ଜଣେ ଜ୍ଞାନୀ ବ୍ୟକ୍ତିଭାବେ ଶ୍ରେୟକୁ ଗ୍ରହଣ କରି ହେୟକୁ ପରିତ୍ୟାଗ କରିପାରନ୍ତି। ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି।
କର୍କଟ: ପରୋପକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଧର୍ମ ସହାୟତାରେ ସୁଖ ପ୍ରାପ୍ତିର ସୂଚନା ମିଳୁଛି। ଆୟୁଷ୍ମାନ୍‌ ହେବେ। ବିପଦରୁ ତୁରନ୍ତ ଉଦ୍ଧାର ପାଇପାରନ୍ତି। କଠିନ ପରିଶ୍ରମ କରି ଯଶସ୍ବୀ ହୋଇପାରନ୍ତି।
ସିଂହ: ମାତୃଶକ୍ତିକୁ ଦିଗ୍‌ଦିର୍ଶନ ଦେଇ ପୂଜ୍ୟପୂଜାର ଆଧାର ହେବେ। ବିଭିନ୍ନ ସୂତ୍ରରୁ ଦାନାଦି ଅର୍ଥ ଆସିପାରେ। ଜଣେ ମିଷ୍ଟଭାଷୀ ବ୍ୟକ୍ତିଭାବେ ସମସ୍ତଙ୍କ ପ୍ରିୟପାତ୍ର ହେବେ। ଦାମ୍ପତ୍ୟ ଜୀବନ କର୍ମବହୁଳ ହେବ।
କନ୍ୟା: ଉପୁଜିଥିବା ବିଶୃଙ୍ଖଳାକୁ ଅତିକ୍ରମ କରିବାର ଶକ୍ତି ଆପଣଙ୍କର ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବେ। ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।
ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧ ହେବ। ନିଜ ଭିତରେ ଥିବା ସୂର୍ଯ୍ୟକୁ ଉଦୟ କରି ପାବଚ୍ଛ ଅତିକ୍ରମ କରିବେ। ଖୁସୀ ରହିବେ।
ବିଛା: ଆଚାର, ବ୍ୟବହାରରେ ଶତ୍ରୁର ହୃଦୟ ଜୟ କରିପାରନ୍ତି। ଗୋଟିଏ ମୁଦ୍ରା ପ୍ରାପ୍ତିର ସୂଚନା ମିଳୁଛି। ଯେଉଁ ମୁଦ୍ରାର ଗୋଟିଏ ପାର୍ଶ୍ବ ଶକ୍ତିଯୁକ୍ତ ଓ ଅନ୍ୟ ପାର୍ଶ୍ବଟି ଭକ୍ତି ରସାତ୍ମକ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ଧନୁ: ସତ୍ୟଧର୍ମ ପରାୟଣ ହୋଇପାରନ୍ତି। ଲେଖାରେ ନିଜର ମହାନତା ପରିସ୍ଫୁଟ କରି ସମସ୍ତଙ୍କ ଆସ୍ଥାଭାଜନ ହେବେ। ସ୍ବୟଂସିଦ୍ଧ ହେବେ। ଅନନ୍ୟ ବିରଳ ପ୍ରତିଭାସମ୍ପନ୍ନ ହେବେ। ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ।
ମକର: ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। ସନ୍ମାର୍ଗୀ ହୋଇ ନିଜର ଉତ୍ତର ଦାୟିତ୍ବ ନିର୍ବାହ କରିପାରନ୍ତି। ପରିଶ୍ରମ ଯେତେ କଷ୍ଟସାଧ୍ୟ ହେଲେ ବି ତା’ର ସୁସମ୍ପାଦନ କରି ଉଚିତ ପ୍ରାପ୍ୟ ହାସଲ କରିବେ।
କୁମ୍ଭ: ଏକ ମହାନ୍‌ ଶକ୍ତି ଆପଣଙ୍କଠାରେ ନିହିତ ଅଛି, ଯାହା ପ୍ରତ୍ୟେକ ଦିଶାରେ ଜୀବନକୁ ଅଗ୍ରଗାମୀ କରାଇବାରେ ସହାୟକ ହେବ। ଆଧ୍ୟାତ୍ମବାଦୀ ହେବେ। ଅର୍ଜିତ ଧନ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ।
ମୀନ: ଈର୍ଷାଠାରୁ ଦୂରେଇ ରହି ତ୍ୟାଗପୂତ ମନୋବୃତ୍ତିର ହେବାକୁ ପଡ଼ିବ। ଜଣେ କରିତ୍‌କର୍ମା ବ୍ୟକ୍ତିଭାବେ କର୍ତ୍ତବ୍ୟ ସମ୍ପାଦନ କରି ଲାଭବାନ୍‌ ହେବେ। ମତିମାନ୍‌ ହେବେ। ସଂଯମପୂର୍ଣ୍ଣ ଚରିତ୍ରର ନିଦର୍ଶନ ହେବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories