www.samajalive.in
Friday, December 5, 2025
23.1 C
Bhubaneswar

ଆଜିର ରାଶିଫଳ

ମେଷ : ସଦାସର୍ବଦା ମାତୃ ସ୍ନେହ ମିଳିବ। ରାଜନୀତି ଓ କୂଟନୀତିରେ ଉଚ୍ଚାସନ ଲାଭ କରିପାରନ୍ତି। ବିଦେଶରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ବିଦ୍ୟାବାନ୍‌, ପ୍ରଜ୍ଞାଶୀଳ ଓ ଶାସ୍ତ୍ରଜ୍ଞ ହେବେ। ​‌ସୁସ୍ଥ ଓ ନିରାମୟ ରହିବେ।
ବୃଷ : କଠିନ ପରିଶ୍ରମୀ ହୋଇପାରନ୍ତି। ଶଶ୍ୁର ଘରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ରାଜନୀତିଜ୍ଞ ହେବେ। ଭିଟାମାଟି ଛାଡ଼ି ଅନ୍ୟ ସ୍ଥାନରେ ଗୃହ ନିର୍ମାଣ କରିବେ। ପତ୍ନୀଙ୍କ ଯୋଗଁୁ ଅନେକ ସମସ୍ୟାରୁ ମୁକ୍ତ ହେବେ।
ମିଥୁନ : ଯଶସ୍ବୀ ହେବେ। ବଡ଼ ବିପଦରେ ମଧ୍ୟ ଧୈର୍ଯ୍ୟହରା ହେବେ ନାହିଁ। ଧନୀ ଓ ମହାଜନ ହୋଇପାରନ୍ତି। ପତ୍ନୀ କର୍ମଠ ଓ ଗୃହ କର୍ମ ନିପୁଣା ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ।
କର୍କଟ : ପରୋପକାରୀ ହେବେ। ଶତ୍ରୁନାଶକ ହୋଇପାରନ୍ତି। ଭୂତତ୍ତ୍ବ କିମ୍ବା ଖଣି ବିଭାଗରେ ଅଧିଷ୍ଠିତ ହୋଇପାରନ୍ତି। ବିପଦ ପଡ଼ିଲେ ବି ଶୀଘ୍ର ଉଦ୍ଧାର ହେବ। ପତ୍ନୀ ଭାଗ୍ୟବତୀ ହେବେ। ବିବାହ ପରେ ଭାଗ୍ୟୋଦୟ ହେବ।
ସିଂହ : ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରଙ୍କଠାରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଆତ୍ମଶକ୍ତିଯୁକ୍ତ ଓ ଧାର୍ମିକ ପ୍ରବୃତ୍ତିର ହେବେ।
କନ୍ୟା : ଶତ୍ରୁନାଶକ ହେବେ। ନିର୍ବାଚନରେ ବିଜୟୀ ହେବେ। ଉଚ୍ଚ ପଦରେ ଅଧିଷ୍ଠିତ ହୋଇପାରନ୍ତି। ସଫଳ ରାଜନୀତିଜ୍ଞ ହେବେ। ଉତ୍ତମ ପରାମର୍ଶଦାତା ହେବେ। ଭାଗ୍ୟବାନ୍‌ ହେବେ। ଈଶ୍ବର ବିଶ୍ବାସୀ ହେବେ।
ତୂଳା : ନ୍ୟାୟ ପ୍ରିୟ ହେବେ। ଅନୁସନ୍ଧାନକାରୀ ହେବେ। ଏକାଧିକ ପୁତ୍ରଙ୍କ ଜନକ ହେବେ। ସ୍ବାଭିମାନୀ ହୋଇପାରନ୍ତି। ଦେବୀ ଭକ୍ତ ଓ ଉତ୍ତମ ଲେଖକ ହେବେ। ପରିବାରର ମୁଖ୍ୟ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ।
ବିଛା : ଧନୀ ହେବେ। ଉତ୍ତମ ଗୃହ ନିବାସୀ ହେବେ। ବିଦେଶରେ ଯଶ ଅର୍ଜନ କରିବେ। ସୁନାମ ଅର୍ଜନ କରିବେ। ଯତ୍ନବାନ୍‌ ହେବେ। ପୈତୃକ ଧନ ଲାଭ ହେବ। ପିତୃମାତୃ ଭକ୍ତ ହେବେ। ରାଜନୀତିରେ ନେତୃତ୍ବ ନେବେ।
ଧନୁ : ଦୀର୍ଘାୟୁ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ନିର୍ବାଚନ ଜିତିପାରନ୍ତି। ଭାଇମାନଙ୍କଠାରୁ ସହଯୋଗ ମିଳିବ। କୂଟନୀତିଜ୍ଞ ଓ ସଂଯମୀ ହେବେ। ଆତ୍ମଜ୍ଞାନ ଶକ୍ତିସମ୍ପନ୍ନ ହେବେ।
ମକର : କୋଇଲା, ଚମଡ଼ା, ତୈଳାଦି ବ୍ୟବସାୟରୁ ଧନ ଅର୍ଜନ କରିପାରନ୍ତି। ଗୁରୁ ଭକ୍ତ ହେବେ। କଠିନ ପରିଶ୍ରମୀ ହେବେ। ପୈତୃକ ସମ୍ପତ୍ତି ଭୋଗକାରୀ ହୋଇପାରନ୍ତି। ଧର୍ମ ବିଶ୍ବାସୀ ହେବେ।
କୁମ୍ଭ : ଧନବାନ୍‌ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ରାଜନୀତିଜ୍ଞ ଓ ଶତ୍ରୁ ବିନାଶକ ହେବେ। କଠିନ ପରିଶ୍ରମ କରି ଧନ ଅର୍ଜନ କରିବେ। ନୀତିନିଷ୍ଠ ହେବେ। ଅନ୍ୟାୟର ପ୍ରତିବାଦ କରି ବାସନ୍ଦ ଦଶା ଭୋଗ କରିପାରନ୍ତି।
ମୀନ : ପ୍ରଭାବଶାଳୀ ହେବେ। ପୁରୁଷାର୍ଥୀ ହେବେ। ପ୍ରବୀଣ ଶାସ୍ତ୍ରଜ୍ଞ ହେବେ। ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ସୌଭାଗ୍ୟଶାଳୀ ହେବେ। କୃଷି କର୍ମରେ ଭଲ ଲାଭ ପ୍ରାପ୍ତ ହେବ। ସେବା କାର୍ଯ୍ୟରେ ନିଜକୁ ସାମିଲ କରିବେ।

Hot this week

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

‘ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ’- ଅପରାଧୀଙ୍କୁ ଦିଆଯାଇନି ରାଜନୈତିକ ସଂରକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା...

Related Articles

Popular Categories