www.samajalive.in
Thursday, December 11, 2025
16.1 C
Bhubaneswar

କର୍ମକରିବା ହେଉଛି ଭଗବତ ଗୀତାର ସୂକ୍ଷ୍ମ ତତ୍ତ୍ୱ – ପ୍ରଧାନମନ୍ତ୍ରୀ

https://youtu.be/xZpDYcOP5L4

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆତ୍ମନିର୍ଭର ଭାରତ ଅଭିଯାନ ଏକ ବୃହତ ମାନବିକତା ଲାଗି ମୂଲ୍ୟବୋଧ ଓ ସମ୍ବଳ ସୃଷ୍ଟି କରିବ। ଏହାକୁ ବିଶ୍ୱର ବିକାଶ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ୧୩୦ କୋଟି ଭାରତୀୟ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିସାରିଛନ୍ତି। ଏହା ମାଧ୍ୟମରେ ଖୁବ୍‍ଶୀଘ୍ର ସେମାନେ ଭାରତକୁ ସ୍ୱାବଲମ୍ବୀ କରିବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

- Advertisement -

ଆଜି ସ୍ୱାମୀ ଚିଦ୍‍ଭାବନାନନ୍ଦଜୀଙ୍କ ଭଗବତ ଗୀତାର ଇଲେକ୍ଟ୍ରୋନିକ୍‍ ସଂସ୍କରଣକୁ ଭର୍ଚୁଆଲ୍‍ ମୋଡ୍‍ରେ ଉନ୍ମୋଚନ କରିବା ଅବସରରେ ସେ ଏହା କହିଛନ୍ତି। କୋଭିଡ ନାଇଣ୍ଟିନ୍‍ ମହାମାରୀ ସମୟରେ ଦେଶବାସୀ ଯେଉଁ ଉଲ୍ଲେଖନୀୟ ସାହସ ଓ ମନୋବଳ ଦେଖାଇଛନ୍ତି, ତାହାର ଭୂୟସୀ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ବୈଜ୍ଞାନିକମାନେ ତ୍ୱରିତ ବେଗରେ କାର୍ଯ୍ୟ କରି ସ୍ୱଦେଶୀ ଜ୍ଞାନକୌଶଳରେ ଏହାର ପ୍ରତିଷେଧକ ଟିକା ଉଦ୍ଭାବନ କରିବାରେ ସଫଳ ହୋଇଛନ୍ତି।

ଭାରତ ସ୍ୱଦେଶରେ ପ୍ରସ୍ତୁତ କୋଭିଡ ଟିକା ସାରା ବିଶ୍ୱକୁ ଯୋଗାଇ ପାରିଥିବାରୁ ଆମେ ଗର୍ବିତ ଏବଂ ସାରା ବିଶ୍ୱ ଏହି ମହାମାରୀ ବିରୋଧରେ ସଂଘର୍ଷ ଜାରି ରଖିଥିବା ବେଳେ ଯେତେବେଳେ ଔଷଧ ଆବଶ୍ୟକ ହୋଇଛି, ଭାରତ ନିଜର ଶକ୍ତି ଅନୁଯାୟୀ ଏହାକୁ ଯୋଗାଇବାରେ ସଫଳ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ସେ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଭଗବତ ଗୀତାବାଣୀର ଆବଶ୍ୟକତା ରହିଛି ଓ ଏହି ଗ୍ରନ୍ଥ ହେଉଛି ସର୍ବଶ୍ରେଷ୍ଠ ଜ୍ଞାନର ଭଣ୍ଡାର। କର୍ମକରିବା ହେଉଛି ଭଗବତ ଗୀତାର ସୂକ୍ଷ୍ମ ତତ୍ତ୍ୱ। ଏହା ଦ୍ୱାରା ଆମର ମନ ଓ ମସ୍ତିଷ୍କ ମଧ୍ୟରେ ଏକ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଆଜିକାଲି ଯୁବବର୍ଗଙ୍କ ମଧ୍ୟରେ ଇ-ବହିଗୁଡ଼ିକ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ତେଣୁ ଭଗବତ ଗୀତାର ଏହି ଇସଂସ୍କରଣ ମାଧ୍ୟମରେ ଅଧିକ ଯୁବବର୍ଗଙ୍କ ନିକଟରେ ଗୀତା ଓ ମହତବାଣୀ ପହଞ୍ଚି ପାରିବ। ଏହି ଅବସରରେ ଭଗବତ ଗୀତାର ସୂକ୍ଷ୍ମ ତତ୍ତ୍ୱ,ବାଣୀ ଓ ଶିକ୍ଷାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି।

ଏହି ପୁସ୍ତିକାର ଇଲେକ୍ଟ୍ରୋନିକ୍‍ ସଂସ୍କରଣର ୫ଲକ୍ଷ ଖଣ୍ଡ ବିକ୍ରୟ ସରିଥିବା ବେଳେ ଏହାକୁ ସ୍ମରଣ ପୂର୍ବକ ଏହି ଉନ୍ମୋଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସ୍ୱାମୀ ଚିଦ୍‍ଭାବନାନନ୍ଦ ହେଉଛନ୍ତି ତାମିଲନାଡୁର ତିରୁଚିରାପଲୀ ନିକଟସ୍ଥ ଶ୍ରୀରାମକୃଷ୍ଣ ତପୋବନ ଆଶ୍ରମର ପ୍ରତିଷ୍ଠାତା। ସେ ୧୮୬ଟି ପୁସ୍ତକ ରଚନା କରିଛନ୍ତି। ସ୍ୱାମୀଜୀଙ୍କ ଦ୍ୱାରା ଭଗବତ ଗୀତାର ତାମିଲ ସଂସ୍କରଣ ୧୯୫୧ ମସିହାରେ ପ୍ରକାଶିତ ହୋଇଥିଲା। ଏହାକୁ ୧୯୬୫ ମସିହାରେ ଇଂରାଜୀରେ ଅନୁବାଦ କରାଯାଇଥିଲା। ଏହାର ତେଲୁଗୁ, ଓଡ଼ିଆ, ଜର୍ମାନ୍‍ ଏବଂ ଜାପାନି ଭାଷାରେ ଅନୁବାଦ କରାଯାଇଥିବା ସୂଚନା ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories