www.samajalive.in
Saturday, December 6, 2025
16.1 C
Bhubaneswar

ଟିଟିଲାଗଡ଼ ଆଶ୍ରମ ସ୍କୁଲରେ ଝାଡା ରୋଗରେ ଆକ୍ରାନ୍ତ ଛାତ୍ରୀ ; ଅଛନ୍ତି ସୁସ୍ଥ

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଲକ ଦେଶିଲ ସ୍ଥିତ ଅନୁସୂଚିତ ଜାତି, ଜନଜାତି ଆଶ୍ରମ ସ୍କୁଲରେ କିଛି ଛାତ୍ରୀ ଝାଡା ରୋଗରେ ଆକ୍ରାନ୍ତ ହେବା ପରେ ବିଦ୍ୟାଳୟରେ ହଇଚଇ ସୃଷ୍ଟି ହୋଇଛି। ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାନୁନ କିଶୋର ଭୋଇ ତୁରନ୍ତ ଜିଲା କଲ୍ୟାଣ ଅଧିକାରୀଙ୍କୁ ଏନେଇ ଖବର ଦେଇଥିଲେ। ଖୋଲାନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ମୀନକେତନ କିଷାନଙ୍କ ନେତୃତ୍ୱରେ ଡାକ୍ତରୀ ଟିମ ଆସି ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ସମସ୍ତ ଛାତ୍ରୀଙ୍କୁ ଆବଶ୍ୟକ ଔଷଧ ବଣ୍ଟନ କରିଛନ୍ତି।  ଖୋଲାଣ ସ୍ୱାସ୍ଥ୍ୟ ଅଧିକାରୀ ଝାଡା ରୋଗରେ ଆକ୍ରାନ୍ତ ଅଭିଯୋଗ କରୁଥିବା ୧୦ ଜଣ ଛାତ୍ରୀ ସୁସ୍ଥ ଅଛନ୍ତି, କାହାକୁ ଡାକ୍ତରଖାନା ରେ ଭର୍ତି କରିବା ଆବଶ୍ୟକତା ପଡ଼ିବ ନାହିଁ ବୋଲି କହିଛନ୍ତି।
ଅନ୍ୟପକ୍ଷରେ ବିଦ୍ୟାଳୟକୁ ଜଳଯୋଗାଣ ବ୍ୟବସ୍ଥା ନାହିଁ। ଗତ ତିନି ଚାରି ଦିନ ହେଲା ସକାଳ ୮ରୁ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ନେଇ ବୋରୱେଲରୁ ପାଣି ସଂଗ୍ରହ କରିବା ନେଇ ମଧ୍ୟ ସମସ୍ୟା ଦେଖାଯାଇଛି। ନିକଟରେ ଥିବା ପିଏଚଡି ଜଳ ବିଶୋଧନ ପ୍ଲାଣ୍ଟରୁ ପାନୀୟ ଜଳ ଯୋଗାଣ ପାଇଁ ଦାବି ହୋଇ ଆସୁଛି। ସୂଚନା ଯେ ବିଦ୍ୟାଳୟର ହଷ୍ଟେଲରେ ୧୯୭ ଏବଂ ଦିବାଧ୍ୟାୟୀ ୧୮୬ଙ୍କୁ ମିଶାଇ ମୋଟ ୩୮୩ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories