www.samajalive.in
Thursday, December 11, 2025
15.1 C
Bhubaneswar

ମହିଳା ଅଧିକାରୀଙ୍କ ବଦଳୀକୁ ଆଦିବାସୀ ସଂଘର ବିରୋଧ

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଶିଶୁ ବିକାଶ ପ୍ରକଲ୍ପ ଅଧିକାରି ଗିତାଞ୍ଜଳି ଭୋଇଙ୍କ ବଦଳିକୁ ନେଇ ମଙ୍ଗଲବାର ଟିଟିଲାଗଡ ଠାରେ ବିରୋଧ ପ୍ରଦର୍ଶନ କରାଯାଇଛି। ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସ୍ଥାନୀୟ ଆଦିବାସୀ କାର୍ଯ୍ୟାଳୟରୁ ପାରମ୍ପରିକ ବାଦ୍ୟ ତଥା ଅସ୍ତ୍ରଶସ୍ତ୍ର ସହ ଶତାଧିକ କର୍ମକର୍ତା ଶୋଭାଯାତ୍ରାରେ ବାହାରି ଟିଟିଲାଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ୫୯ରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ।

ଅଭିଯୋଗ ଅନୁଯାୟୀ,  ଟିଟିଲାଗଡ ସମନ୍ୱିତ ଶିଶୁ ବିକାଶ ପ୍ରକଲ୍ପ ଅଧିକାରି ଗିତାଞ୍ଜଳି ଭୋଇ ଏଠାରେ ସୁଚାରୁ ରୁପେ କାର୍ୟ୍ୟ କରିଆସୁଥିଲେ। ତାଙ୍କ ପରିବାର ଟିଟିଲାଗଡରେ ରହୁଥିବା ବେଳେ ଝିଅମାନେ ଏଠାରେ ପାଠ ପଢୁଛନ୍ତି। ହେଲେ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି କୋରାପୁଟକୁ ବଦଲି କରାଯାଇଛି। ଜଣେ ଦକ୍ଷ, , କର୍ତବ୍ୟନିଷ୍ଠ, ସଚ୍ଚୋଟ ଆଦିବାସୀ ମହିଲା ଅଧିକାରୀ ଶ୍ରୀମତି ଭୋଇଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନଥିବା ବେଳେ ଏଠାରେ ମାତ୍ର ୨ ବର୍ଷ କାର୍ୟ୍ୟ ପରେ ତାଙ୍କୁ ଏଭଳି ବଦଳି କରି ନିର୍ୟ୍ୟାତିତ କରାଯାଇଛି। ଟିଟିଲାଗଡ ବିଡିଓ ମୋତିଲାଲ ସୁଲିଆ ଜଣେ ଆଦିବାସୀ ଅଧିକାରୀ ହୋଇଥିବାରୁ ତାଙ୍କୁ ମଧ୍ୟ ମାତ୍ର ୧ ବର୍ଷ କାର୍ୟ୍ୟ ପରେ ଏଠାରୁ ବଦଲି କରାଯାଇଛି। ଏନେଇ ଆଦିବାସୀ ସଂଘ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର କରିବ ବୋଲି ଚେତାବନି ଦେଇଛି। ଏହି ମର୍ମରେ ଟିଟିଲାଗଡ ଉପଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ଆଦିବାସୀ ନେତା ପ୍ରଦାନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories