www.samajalive.in
Monday, December 8, 2025
17.1 C
Bhubaneswar

ହଜି ଯାଇଥିବା ଚମକକୁ ଚୁଟ୍‌କିରେ ଫେରାଇ ଆଣିବ ଅଙ୍ଗୁର ଫେସ୍‌ପ୍ୟାକ୍

ଶୀତଦିନେ ଥଣ୍ଡା ପବନ ଯୋଗୁ ଅଧିକାଂଶ ଲୋକମାନଙ୍କର ତ୍ୱଚା ଶୁଷ୍କ ହୋଇଯିବା ସହ ଚମକ ମଧ୍ୟ ହଜିଯାଏ। ତେଣୁ ଶୀତ ଦିନେ ତ୍ୱଚା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏପରି ଏକ ଘରୋଇ ଫେସ୍‌ପ୍ୟାକ୍ ଅଛି, ଯାହାକୁ ବ୍ୟବହାର କରିବା ଦ୍ବାରା ଶୀତ ଦିନେ ମଧ୍ୟ ତ୍ବଚା ଚମକିବ। ଏହା ସହିତ ତ୍ବଚାର ଶୁଷ୍କତା ଦୂର ହେବ। ଘରୋଇ ଉପଚାରଟି ହେଉଛି ଅଙ୍ଗୁର ଫେସ୍‌ପ୍ୟାକ୍‌ର ବ୍ୟବହାର। ଘରେ ଅଙ୍ଗୁର ଫେସ୍‌ପ୍ୟାକ୍‌ ପ୍ରସ୍ତୁତ କରି ବ୍ୟବହାର କରିବା ଦ୍ବାରା ତ୍ୱଚାର ନମନୀୟତା ବଜାୟ ରହିବା ସହ ପୋଷଣ ମିଳିପାରିବ। ଏଥିସହ ତ୍ୱଚାରୁ ଦାଗ ଦୂର ହୋଇ ଏକ ଅଦ୍ଭୁତ ଚମକ ଦେଖାଦେବ। ଆସନ୍ତୁ ଜାଣିବା ଅଙ୍ଗୁର ଫେସ୍‌ପ୍ୟାକ୍‌ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ –

ଭିଟାମିନ-ସିରେ ଭରପୁର ଥିବା ଅଙ୍ଗୁର ତ୍ୱଚାରେ ଚମକ ଆଣିବା ସହ ଅନେକ କ୍ଷତିରୁ ମଧ୍ୟ ରକ୍ଷା କରିଥାଏ। ଏଥିପାଇଁ ଏକ ମୁଠା ଅଙ୍ଗୁରକୁ ପେଷି ସେଥିରେ ୧ ଚାମଚ ଅଲିଭ ଅଏଲ୍‌ ମିଶାନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ହାଲୁକା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଶୀଘ୍ର ସୁଫଳ ଚାହୁଁଥିଲେ, ଏହି ଫେସ୍‌ପ୍ୟାକ୍‌କୁ ମାସରେ ୧ ରୁ ୨ ଥର ନିଶ୍ଚିନ୍ତ ଲଗାନ୍ତୁ। ଏହାଦ୍ୱାରା ତ୍ୱଚା କୋମଳ ଓ ଚମକପ୍ରଦ ରହିବା ସହ ତ୍ୱଚାରୁ ଦାଗ ଏବଂ ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଶୀତ ଦିନ ବ୍ୟତୀତ ଅଲଗା ଦିନରେ ବି ଆପଣ ଏହାକୁ ବ୍ୟବହାର କରିପାରିବେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories