www.samajalive.in
Saturday, December 6, 2025
26.1 C
Bhubaneswar

ଆର୍ଚେରୀ ତାଲିମ କେନ୍ଦ୍ରର ତୀରନ୍ଦାଜ୍‍ ପ୍ରତିଯୋଗୀତା

ବୌଦ୍ଧ: ବୌଦ୍ଧ ଜିଲ୍ଲା ମାଉଲସୀଙ୍ଗା ପଡିଆଠାରେ ଆର୍ଚେରୀ ତାଲିମ କେନ୍ଦ୍ର ପକ୍ଷରୁ ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରେ ତୀରନ୍ଦାଜ୍‍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନାଗରିକ ହରିଶ୍‍ ଚନ୍ଦ୍ର ମିଶ୍ରଙ୍କ ସହାୟତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଚଂଳରୁ ପ୍ରଶିକ୍ଷାର୍ଥୀମାନେ ଯୋଗଦାନ କରିଥିଲେ। ପ୍ରଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ ଓ ଜାତୀୟ ରେଫରୀ ସୁବ୍ରତ କୁମାର ପୁରୋହିତଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିଯୋଗୀତାରେ ସିନିୟର ବାଳିକା ବିଭାଗରେ କ୍ରୀଷ୍ଣାମୟୀ ମହାକୁଡ ପ୍ରଥମ, ସୌମ୍ୟାଶ୍ରୀ ସାହୁ ଦ୍ୱିତୀୟ, ସୁଲଗ୍ନା ମିଶ୍ର ତୃତୀୟ, ଜୁନିୟର ବାଳିକା ବିଭାଗରେ ସ୍ନିଗଧାରାଣୀ ଯାନୀ ପ୍ରଥମ, ସ୍ମିତୀସ୍ନିଗଧା ସାମଲ ଦ୍ୱିତୀୟ, ସଂତୃପ୍ତି ସାହୁ ତୃତୀୟ ଏବଂ ବାଳକ ବିଭାଗରେ ସୁରଜ କୁମାର ମେହେର ପ୍ରଥମ, ଶୁଭଂଶକ୍ତି ମେହେର ଦ୍ୱିତୀୟ, ତନ୍ମୟ ପ୍ରଧାନ ତୃତୀୟ, ଜୁନିୟର ବିଭାଗରେ ଦୁର୍ଗାଦତ ମେହେର ପ୍ରଥମ, ସିମ୍ପଲରାଜ ମେହେର ଦ୍ୱିତୀୟ, ଆୟୁଷ ଅର୍ମାନ ତୃତୀୟ ସ୍ଥାନ ଅଧରକାର କରିଥିଲା। ଏଥିରେ ୨୫ଜଣ ଅଂଶଗ୍ରହଣ କରିଥିଲେ।

ମୁଖ୍ୟଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ ସମ୍ଭୁ ଅଗ୍ରୱାଲା, ସମ୍ମାନୀତ ଅତିଥି ଭାବେ ସୂର୍ଯ୍ୟକାନ୍ତ ଦଳବେହେରା, ସୁନ୍ଦରପ୍ରକାଶ ଅଗ୍ରୱାଲା, ସାନନ୍ଦ କୁମାର ମିଶ୍ର ଓ ଦେବାଶିଷ ପୁରୋହିତ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ସାହିଲ ମନ୍ଥନ ସେଠୀଙ୍କୁ ସ୍ୱତନ୍ତ୍ର ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯାନୀ, ଶାସିନୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories