www.samajalive.in
Friday, December 12, 2025
17.1 C
Bhubaneswar

କମ୍ ଓଜନକୁ ନେଇ ଚିନ୍ତିତ କି? ଆଜିହିଁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ

କିଛି ଲୋକଙ୍କର ଅତ୍ୟଧିକ ଓଜନ ହୋଇଥିବା କାରଣରୁ ସେମାନେ ପତଳା ହେବାକୁ ଚେଷ୍ଟା କରୁଥିବା ବେଳେ ଆଉ କିଛି ଲୋକ କମ୍ ଓଜନକୁ ନେଇ ବହୁତ ଚିନ୍ତିତ ଥାଆନ୍ତି। କାରଣ ଏକ ପରଫେକ୍ଟ ଫିଗର୍ ପାଇବାକୁ ସମସ୍ତେ ଚାହିଁଥାଆନ୍ତି। ଯାହାଦ୍ବାରା ଆମେ ଆକର୍ଷଣୀୟ ଦେଖାଯିବା ସହ ଶରୀରର ଅନେକ ରୋଗ ମଧ୍ୟ ଦୂର ହୋଇଥାଏ। ଯଦି ଆପଣ ମଧ୍ୟ କମ୍ ଓଜନକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଶୀଘ୍ର ଓଜନ ବଢାଇବାକୁ ଚାହୁଁଛନ୍ତି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏପରି କିଛି ଖାଦ୍ୟ ଅଛି ଯାହାକୁ କିଛିଦିନ ନିୟମିତ ଖାଇବା ଦ୍ବାରା ଶରୀରର ଓଜନ ଶୁବଶୀଘ୍ର ବଢିଥାଏ। ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଶୀଘ୍ର ମୋଟା ହେବାରେ ସାହାଯ୍ୟ କରେ –

ଗଜା : ପ୍ରତ୍ୟେକ ଦିନ କିଛି ଗଜା ଯେପରିକି, କଳାବୁଟ, ମୁଗଡାଲି, ସୋୟାବିନ୍ କିମ୍ବା ଗହମ ଗଜା ଖାଇବା ଦ୍ବାରା ଶୀଘ୍ର ଓଜନ ବଢ଼ିଥାଏ। ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍ ସହ କେତେକ ଭିଟାମିନ୍ ରହିଛି। ଯାହା ମାଂସପେଶୀକୁ ମଜଭୁତ କରିବା ସହ ଓଜନ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ସ୍ୱାଦକୁ ଆହୁରି ଭଲ କରିବା ପାଇଁ ଏଥିରେ ପିଆଜ, ଟମାଟର, କଞ୍ଚା ଲଙ୍କା ଓ ଧନିଆ ପତ୍ର ପକାଇ ଖାଇପାରିବେ।

- Advertisement -

କ୍ଷୀର ଏବଂ କଦଳୀ : ଓଜନ ବୃଦ୍ଧି ପାଇଁ କ୍ଷୀର ଏବଂ କଦଳୀ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଆପଣ ଏହାକୁ ଅଲଗା କିମ୍ବା ଏକାଠି କରି ଖାଇପାରିବେ। ଯଦି ଆପଣ କ୍ଷୀରରେ କଦଳୀ ଗ୍ରାଇଣ୍ଡିଂ କରି ଖାଇବେ, ତା’ହେଲେ ଆପଣଙ୍କ ଶରୀରକୁ ଏହା ସବଳ କରିବ। ଏହାର ସେବନ ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ।

ଭାତ : ଭାତ ସହଜରେ ଉପଲବ୍ଧ ହେଉଥିବା ଏବଂ କମ୍ ଦାମ୍ୟୁକ୍ତ କାର୍ବୋହାଇଡ୍ରେଟ୍ ସୋର୍ସ ଅଟେ। କେବଳ ଗୋଟିଏ କପ୍ ଭାତରେ ୧୯୦ କ୍ୟାଲୋରୀ, ୩ ଗ୍ରାମ କାର୍ବୋହାଇଡ୍ରେଟ୍ ଏବଂ ବହୁତ କମ୍ ମାତ୍ରାରେ ଫ୍ୟାଟ୍ ରହିଥାଏ। ଭାତ କ୍ୟାଲୋରୀରେ ଭରପୂର ଥାଏ। ଯଦି ଆପଣଙ୍କୁ କମ୍ ଭୋକ ଲାଗୁଥାଏ, ତା’ହେଲେ ଭାତ ଖାଇବା ଦ୍ୱାରା ଭୋକ ମଧ୍ୟ ବଢ଼ିଥାଏ।

ସୋୟାବିନ୍ ସୁପ୍ : ସୋୟାବିନ୍ ସୁପ୍ ସେବନ କରୁଥିବା ଲୋକ ଅଧିକ ବଳବାନ୍ ହୋଇଥାଆନ୍ତି। ଏଥିରେ ପ୍ରୋଟିନ୍ର ମାତ୍ରା ଅଧିକ ରହିଛି। ଯଦି ଆପଣ ଓଜନ ବଢ଼ାଇବାକୁ ଚାହୁଁଛନ୍ତି, ତା’ହେଲେ ଏହାର ସ୍ୱାଦ ବିଷୟରେ ନ ଭାବି ପ୍ରତିଦିନ ସନ୍ଧ୍ୟାରେ ସୋୟାବିନ୍ ସୁପ୍ ପିଅନ୍ତୁ। ଏହା ଓଜନ ବଢ଼ାଇବା ସହିତ ଶରୀରକୁ ଶକ୍ତି ପ୍ରଦାନ କରିଥାଏ।

ଡାର୍କ ଚକୋଲେଟ୍ : ଡାର୍କ ଚକୋଲେଟରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହାକି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁ ଡାର୍କ ଚକୋଲେଟରେ କୋକୋଆର ମାତ୍ରା ୭୦ ପ୍ରତିଶତ ରହିଥାଏ, ତାହା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭ ଦେଇଥାଏ। ଏଥିରେ ମଧ୍ୟ କ୍ୟାଲୋରୀ ଅଧିକ ମାତ୍ରାରେ ରହିଥାଏ।

ବାଦାମ ଏବଂ ଚିନାବାଦାମ ବଟର : ଓଜନ ବୃଦ୍ଧି କରିବାକୁ ଚାହୁଁଥିଲେ ଆପଣଙ୍କ ଡାଏଟରେ ବାଦାମ ଏବଂ ଚିନାବାଦାମ ବଟର ନିଶ୍ଚୟ ସାମିଲ କରନ୍ତୁ। ଗୋଟିଏ ମୁଠା ବାଦାମରେ ୭ ଗ୍ରାମ ପ୍ରୋଟିନ୍ ଏବଂ ୮ ଗ୍ରାମ ହେଲଦି ଫ୍ୟାଟସ୍ ରହିଛି। ଏଥିରେ ଅଧିକ କ୍ୟାଲୋରୀ ମଧ୍ୟ ରହିଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories