ଶାନ୍ତିଶୃଙ୍ଖଳାରେ ଶେଷହେଲା ତିଲେଶ୍ୱର ହାଟ ନିଲାମ

ହରଭଙ୍ଗା: ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ ପକ୍ଷରୁ ରବିବାର ସାପ୍ତାହିକ ହାଟ ନିଲାମ ସୋମବାର ବିଡିଓଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ହାଟ ନିଲାମ ପାଇଁ ୩ଜଣ ନିଲାମଧାରୀ ଅଂଶ ଗ୍ରହଣ କରିଥିଲେ। ନିଲାମଧାରୀ ଶତ୍ରୁଘନ ପ୍ରଧାନ ସର୍ବାଧିକ ୮ଲକ୍ଷ ୫ହଜାର ୨ଶହଟଙ୍କାରେ ହାଟ ନିଲାମ ଡାକିଥିଲେ। ଆସନ୍ତା ୧୫ଦିନ ମଧ୍ୟରେ ୭୫ ପ୍ରତିଶତ ଟଙ୍କା ପଂଚାୟତରେ ପଇଠ କରିବା ପାଇଁ ବିଡିଓ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ତିଲେଶ୍ୱର ହାଟ ନିଲାମ ପରେ ବିବାଦରେ ଏକପ୍ରକାର ପୂର୍ଣ୍ଣଛେଦ ପଡ଼ିଛି। ନିଲାମ ସମୟରେ ବିଡିଓ ସ୍ୱପ୍ନିତା ନାଏକ, ସରପଞ୍ଚ ଝୁନୁ ବେହେରା, ଜିପିଇଓ ଜତୀନ କୁମାର ମିଶ୍ର, ପିଇଓ ସନ୍ତୋଷ କୁମାର ରଣା, ଓ୍ବାର୍ଡ ସଭ୍ୟ ସଭ୍ୟା ଉପସ୍ଥିତି ଥିଲେ।

 

Comments are closed.