www.samajalive.in
Saturday, December 13, 2025
21.1 C
Bhubaneswar

ତିିଗିରିଆ କଳା ବିକାଶ ପରିଷଦର ବାର୍ଷିକ ଉତ୍ସବ

ତିଗିରିଆ :  ତିଗିରିଆ ଯୁବ କଳା ବିକାଶ ପରିଷଦର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତିଗିରିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାଗିରଥୀ ନନ୍ଦ, ନିଜିଗଡ଼ ସରପଞ୍ଚ ସଂଯୁକ୍ତା ମହାନ୍ତି, ପରିଷଦର ସଭାପତି ଜୟନ୍ତ ସିଂହ, ସମ୍ପାଦକ ବ୍ରଜସୁନ୍ଦର ଦାସ ପ୍ରମୁଖ ଯୋଗଦେଇଥିଲେ।  ତିଗିରିଆ ଅଞ୍ଚଳର ବରିଷ୍ଠ କଳାକାର ପ୍ରସନ୍ନ କୁମାର ପଣ୍ଡା, ଆଲୋକ ରଞ୍ଜନ ପଣ୍ଡା, ତ୍ରୈଲୋକ୍ୟ ବିହାରୀ ସାମନ୍ତରା ଓ ନାଟ୍ୟ ନିର୍ଦେଶକ ସୁନୀଲ କୁମାର ମହାନ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅରୁଣ ବାରିକଙ୍କ ଦ୍ୱାରା ରଚିତ, ସଙ୍ଗୀତ ନିର୍ଦେଶକ ଆଲୋକ ଓ ସୁନିଲ କୁମାର ମହାନ୍ତିଙ୍କ ନିର୍ଦେର୍ଶିତ ମୁଁ ଭଦ୍ରକିଆ ଟୋକା ନାଟକ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ସଦସ୍ୟମାନେ ଏହି ନାଟକରେ ବିଭିନ୍ନ ଭୂମିକାରେ ନିକ୍ଷୂଣ ଅଭିନୟ କରି ଦର୍ଶକଙ୍କ ମନମୋହିଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories