www.samajalive.in
Friday, December 5, 2025
23.1 C
Bhubaneswar

୩ ବାଘଛାଲ ଜବତ, ଶିକ୍ଷକଙ୍କ ସମେତ ୭ ଗିରଫ

ବାରିପଦା : ବାରିପଦା ବନଖଣ୍ଡ ଅଞ୍ଚଳର ଦୁଇଟି ଗ୍ରାମରୁ ମଙ୍ଗଳବାର ତିନୋଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ଏହି ବାଘଛାଲ ଗୁଡିକୁ ବିକ୍ରି ପାଇଁ ଯୋଜନା ଚାଲିଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା। ଏହି ଘଟଣାରେ ଜଣେ ଶିକ୍ଷକଙ୍କ ସମେତ ମୋଟ ୭ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଚାଲିଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ବାଲେଶ୍ବର ଜିଲା ଖୁଣ୍ଟା ଥାନା ପଶୁଦା ମହୁଲିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଗୋଟିଏ ବାଘଛାଲ ଏବଂ ବଡସାହି ଥାନା ପାଉଁଶିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଦୁଇଟି ବାଘଛାଲ ଜବତ କରାଯାଇଛି। ଅଟକ ୭ଜଣଙ୍କ ମଧ୍ୟରେ ପାଉଁଶିଆ ଗ୍ରାମର ଦୁଇଜଣ ଥିବା ବେଳେ କୁଟଲିଂ, କୁଲଡିହା ତେଣ୍ଡା, ଡୁକୁରା ଚନ୍ଦନଚତୁରି, ଗୋହିରା କେନ୍ଦୁଆ ଓ ପଶୁଦା ବେଲାକୁଟି ଗ୍ରାମର ଜଣେ ଲେଖାଏ ରହିଥିବା ପ୍ରକାଶ। ଏହି ଘଟଣାରେ ଆହୁରି ଅଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବାରୁ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖାଯାଇଛି। ଜବତ ବାଘଛାଲ ଶିମିଳିପାଳ ବନାଞ୍ଚଳ ବା ଅନ୍ୟ କେଉଁ ବନାଞ୍ଚଳର ତାହା ତଦନ୍ତ ପରେ ହିଁ ଜଣାପଡ଼ିବ। ତେବେ ମୟୂରଭଞ୍ଜ ଜିଲାରୁ ବାଘଛାଲ ଜବତ ହେବା ଘଟଣାରୁ ଶିମିଳିପାଳରେ ବନ୍ୟଜନ୍ତୁଙ୍କ ଜୀବନ ସର୍ବଦା ବିପନ୍ନ ରହିଥିବା ନେଇ ଆଶଙ୍କା ଉପୁଜିଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories