www.samajalive.in
Friday, December 5, 2025
27.1 C
Bhubaneswar

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ପ୍ରତିବାଦ

ରେଙ୍ଗାଲିକ୍ୟାମ୍ପ: ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ (ଏଚ୍‌ଓଡି) ତଥା ଅଧ୍ୟାପକ ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ଛାତ୍ରୀ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ତାଙ୍କର ୧୨ ଦିନ ତଳର ଟୁଇଟ୍‌ ଏବେ ଭାଇରାଲ ହୋଇଛି, ଯାହାକୁ ନେଇ ସାରା ରାଜ୍ୟରେ କ୍ଷୋଭ ପ୍ରକାଶ ପାଇଛି। ୬ ମାସ ଧରି ଦିଆଯାଇ ଆସୁଥିବା ନିର୍ଯାତନା ସମ୍ପର୍କରେ ପୀଡ଼ିତା ଜୁଲାଇ ୧ରେ ନିଜ ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡଲରେ ଜଣାଇଥିଲେ। ଏହାର ପୂର୍ବ ଦିନ ଅର୍ଥାତ୍‌ ଜୁନ୍‌ ୩୦ ତାରିଖରେ ସେ ବରିଷ୍ଠ ପୋଲିସ ଅଧିକାରୀ, ଅଧ୍ୟାପକ ଏବଂ କେତେଜଣ ଛାତ୍ରୀଛାତ୍ରଙ୍କ ଉପସ୍ଥିତିରେ ନିର୍ଯାତନା ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ୧ ତାରିଖରେ ‘ଏକ୍ସ’ରେ ଏନେଇ ତଥ୍ୟ ଉଲ୍ଲେଖ କରିବା ସହ କେତେଜଣ ବିଶିଷ୍ଟ ବ୍ୟକ୍ତି ଓ କର୍ତ୍ତୃପକ୍ଷଙ୍କୁ ଟ୍ୟାଗ୍‌ କରିଥିଲେ। ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ମନ୍ତ୍ରୀ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସିଏମ୍‌ଓ_ଓଡ଼ିଶା, ବାଲେଶ୍ୱର ଜିଲାପାଳ, ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଜାତୀୟ ମହିଳା କମିଶନ। ଏହିମାନଙ୍କ ପାଖରୁ ପୀଡ଼ିତା ନ୍ୟାୟ ଆଶା ରଖିଥିଲେ। କଲେଜ ଅଧ୍ୟକ୍ଷ ତାଙ୍କୁ ୪/୫ ଦିନ ସମୟ ମାଗିଥିଲେ। ହେଲେ ନା କୌଣସି କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଲେ ନା ଅଧ୍ୟକ୍ଷଙ୍କଠାରୁ ସେ ନ୍ୟାୟ ପାଇଲେ। ଶେଷରେ ହତାଶ ହୋଇ ଆତ୍ମାହୁତି ଦେବା ପାଇଁ ଚରମ ପଦକ୍ଷେପ ନେଲ ଜୀବନ ସହ ସଂଗ୍ରାମ କରି ସେ ମୃତ୍ୟୁବରଣ କରିଛନ୍ତି।

ଏହି ଘଟଣା କୁ କେନ୍ଦ୍ର କରି ଅତାବିରା ଏନଏସି ଅଧ୍ୟକ୍ଷ ବନମାଳୀ ବରିହାଙ୍କ ନେତୃତ୍ୱରେ ଅତାବିରା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅତାବିରା ବିଜେଡି ଦଳ ପକ୍ଷରୁ ମହାବିଦ୍ୟାଳୟ ସମ୍ମୁଖରେ ବିଜେପି ସରକାରଙ୍କ ଅପାରଗତା ବୋଲି ତାଙ୍କୁ ଆଙ୍ଗୁଳି ଉଠାଇ ଏହାର ପ୍ରତିବାଦ ସଭା କରିଥିଲେ। ସୌମ୍ୟାଶ୍ରୀଙ୍କ ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।

- Advertisement -

ଦୋଷୀଙ୍କୁ ଫାଶୀ ମିଳୁ ବୋଲି ସ୍ୱର ଉତ୍ତୋଳନ କରିଥିଲେ। ବିଜେଡି ଦଳ କର୍ମକର୍ତ୍ତା ମାନେ ଜାତୀୟ ରାଜପଥ ଉପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏହି ସଭାରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଏନ୍ ଏ ସି ବିଜେଡି ଯୁବ ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା, ଏନ୍ ଏ ସି ଉପାଧ୍ୟକ୍ଷା ଅନୁଷୟା ବିଶ୍ଵାଳ, ଆଇନଜିବୀ ସୁଶାନ୍ତ ମିଶ୍ର, ପ୍ରଶାନ୍ତ ମିଶ୍ର, ଟଙ୍କ ଦାଶ, ଗଣେଶ ସାହୁ, ଖିରୋଜ ନାଏକ, ବିଲସ୍ ଯୋନପୁରୀ, ନାରାୟଣ ସାହୁ ତଥା ଶତାଧିକ ବିଜେଡି କର୍ମୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories