www.samajalive.in
Sunday, December 14, 2025
26.1 C
Bhubaneswar

ଫୁଲବାଣୀ ବନାଞ୍ଚଳ ପକ୍ଷରୁ ବାଘ ଛାଲ ଜବତ ଘଟଣା; ଗିରଫ ହେଲା ମାଷ୍ଟର ମାଇଣ୍ଡ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଳକର ସୁଡ୍ରୁକୁମ୍ପା ବନାଞ୍ଚଳରୁ ଏକ ଅଟୋ ଦ୍ୱାରା ଏକ କଲରାପତରିଆ ବାଘର ଛାଲ ସମେତ ତାର ପଞ୍ଝା ଗୁଡିକୁ ଚାଲାଣ କରାଯାଉଥିବା ବେଳେ ଗୁଦାରୀଠାରେ ଗତ କିଛିଦିନ ତଳେ ଫୁଲବାଣୀ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ଚଢାଉ କରାଯାଇ ଶୀକାରି ଓ ଗାଡ଼ି ଚାଳକକୁ ଗିରଫ କରାଯିବା ସହିତ ଚାଲାଣ ସାମଗ୍ରୀ ଜବତ କରାଯାଇଥିଲା। ତେବେ ସେହିଦିନ ଠାରୁ ଏହାର ପଛରେ ଥିବା ମାଷ୍ଟର ମାଇଣ୍ଡକୁ ବନ ବିଭାଗ ଖୋଜି ବୁଲିବା ସହିତ ବିିଭନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଆଜି ମାଷ୍ଟର ମାଇଣ୍ଡ ପଂଚାନନ ଦିଗାଲ (୩୮)କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଫୁଲବାଣୀ ରେଞ୍ଜର ସଚିଦାନନ୍ଦ ସେଠୀ।। ଗିରଫ ଅଭିଯୁକ୍ତର ଘର ଫୁଲବାଣୀ ସଦରଥାନା ଅଂଚଳରେ ଥିବା ଗୁଦାରୀ ପଂଚାୟତର ମଲିକ ସାହିରେ ବୋଲି ସୂଚନା ଦିଆଯାଇଛି। ତେବେ କୌଣସି କାମରେ ଫୁଲବାଣୀ ଗାନ୍ଧୀଛକକୁ ଅଭିଯୁକ୍ତ ଜଣକ ଆସିଥିବାବେଳେ ଖବର ପାଇ ବନ ବିଭାଗ ଅତି ଚତୁରତାର ସହିତ ଚଢାଉ କରି ତାହାକୁ ଗିରଫ କରିବା ସହିତ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ ପୁର୍ବରୁ ରୁଜ୍ଜୁ କରାଯାଇଥିବା ୮୯ା୨୦ ମାମଲାରେ କୋର୍ଟ ଚାଲାଣ କରିଥିବା କହିଛନ୍ତି।

ସୂଚନା ଯୋଗ୍ୟ, ଫୁଲବାଣୀର ବ୍ଳକ ଅଂଚଳରେ ଥିବା ଗୁଦାରୀ ଅଂଚଳରୁ ବାହାର ରାଜ୍ୟକୁ ଚାଲାଣ ବେଳେ ଧରା ପଡିଥିବା ଏକ କଲରା ପତରିଆ ବାଘର ଛାଲ ଏବଂ ତାର ପଞ୍ଝାଗୁଡିକୁ ଜବତ କରି ଏହାକୁ ଚାଲାଣ କରୁଥିବା ଡ୍ରାଇଭର ଅର୍ଜୁନ ଗଣ୍ଡା ଏବଂ ଜଣେ ଶୀକାରୀ ତ୍ରିନାଥ ମଲ୍ଲିକଙ୍କୁ ଫୁଲବାଣୀ ରେଞ୍ଜ ଅଫିସର ସଚିଦାନନ୍ଦ ସେଠୀ ଏବଂ ସୁଡ୍ରୁକୁମ୍ପା ରେଞ୍ଜର ଶିଶିର କୁମାର ଝାଙ୍କରଙ୍କ ସମେତ ସମସ୍ତ ବନ ବିଭାଗର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଗତ ୨୨ ତାରିଖରେ ଗିରଫ କରିବା ସହିତ ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ଚାଲାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ଅଟୋକୁ ଜବତ କରାଯାଇ ପୂର୍ବରୁ ୨ ଜଣକୁ କୋର୍ଟ ଚାଲାଣ କରାଯାଇଥିଲା। ଆଜି ମାଷ୍ଟର ମାଇଣ୍ଡ ଗିରଫ ପରେ ତାହାକୁ ଜେରା କରି ବହୁ ତଥ୍ୟ ବନ ବିଭାଗ ପାଇଥିବାବେଳେ ଏହା କେତେଦିନ ଠାରୁ ଚାଲିଥିଲା ଓ କେଉଁ ଠାରୁ ବାଘ ଶୀକାର କରି ଏଭଳି ଚାଲାଣ କରୁଥିଲେ ଓ ଗତ ଦିନରେ କାହାକୁ ସବୁ ବିକ୍ରୟ କରିଛନ୍ତି ଭଳି ବହୁ ତଥ୍ୟ ହାସଲ କରିଥିବାବେଳେ ଏହାକୁ ନେଇ ମଧ୍ୟ ବନାଞ୍ଚଳ ଅଧିକାରୀ ଏକ ବ୍ଳୁ ପ୍ରିଣ୍ଟ୍‍ ତିଆରି କରି ପରବର୍ତ୍ତି ପଦକ୍ଷେପ ପାଇଁ ସଜବାଜ ହେଉଥିବା ଏକ ସୂତ୍ରରୁ ପ୍ରକାଶ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories