www.samajalive.in
Wednesday, December 10, 2025
18.1 C
Bhubaneswar

ଟ୍ରାଙ୍କୁଲାଇଜ୍‌ ପରେ ଜନ୍ତାରେ ବାଘୁଣୀ ‘ଜିନ୍ନତ’: ଆଲିପୁରରେ ସ୍ଵାସ୍ଥ୍ୟ ପରୀକ୍ଷା ପରେ ଫେରିବ ଶିମିଳିପାଳ

ଭୁବନେଶ୍ଵର: ଯନ୍ତାରେ ଜିନ୍ନତ। ୨୦ ଦିନର ଛକାପଞ୍ଝା ପରେ ଟ୍ରାଙ୍କୁଲାଇଜ୍ ହେଲା ବାଘୁଣୀ। ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲାରେ ବନ ବିଭାଗ ଟିମ୍ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି। ଓଡିଶା ଏବଂ ପଶ୍ଚିମବଙ୍ଗ ବନ ବିଭାଗ ଟିମ୍ ଗତ ୨୦ ତାରିଖରୁ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିବାକୁ ଉଦ୍ୟମ ଜାରି ରଖିଥିଲେ। ତେବେ ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏଥିରେ ସଫଳତା ମିଳିଛି। ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତକୁ ଅଚେତ୍ ଅବସ୍ଥାରେ ଯନ୍ତା ପୁରାଇ ଆଲିପୁର ଚିଡିଆଖାନାକୁ ନିଆଯାଇଛି। ସେଠାରେ ତାର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ। ସ୍ଵାସ୍ଥ୍ୟବସ୍ଥା ଠିକ୍ ଥିଲେ ସମସ୍ତ ଆନ୍ତଃରାଜ୍ୟ ବନ୍ୟଜନ୍ତୁ ସ୍ଥାନାନ୍ତର ପ୍ରକ୍ରିୟା ସାରି ବାଘୁଣୀକୁ ପଶ୍ଚିମବଙ୍ଗରୁ ପୁଣି ଶିମିଳିପାଳକୁ ଅଣାଯିବ। ଏ ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୂଚନା ଦେଇଛନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories