www.samajalive.in
Tuesday, December 9, 2025
16.1 C
Bhubaneswar

ଫାଶରେ ପଡ଼ି କଲରାପତରିଆ ମୃତ

ବଇଣ୍ଡା :  ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅନ୍ତର୍ଗତ ମିଣ୍ଡୋଳ ଗାଁ ମଠ ନିକଟସ୍ଥ କାଜୁ ବଗିଚା ପରିସରରେ ବିଦ୍ୟୁତ୍‌ ଫାଶରେ ପଡି ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି।  ଆଶ୍ଚର୍ଯ୍ୟର ବିଷୟ ହେଲା  ଏ ସମ୍ପର୍କରେ ଧଣ୍ଡାତୋପା ବନବିଭାଗ ନିକଟରେ କୌଣସି ସୂଚନା ନାହିଁ।  ଅଞ୍ଚଳବାସୀ ବିଭାଗକୁ ସୂଚନା ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ଘଟଣାସ୍ଥଳକୁ ଯାଇନାହାନ୍ତି। ଏ ସମ୍ପର୍କରେ ଧଣ୍ଡାତୋପା ରେଞ୍ଜର ବବ୍ରୁବାହନ ସାହୁ କହିଛନ୍ତି, କଲରାପତରିଆ ବାଘର ମୃତ୍ୟୁ ବିଷୟରେ ଆମ ପାଖରେ କୌଣସି ଖବର ନାହିଁ।
କେତେକ ଗାଈ ଚରାଳି ଶନିବାର ସକାଳେ ବାଘ ମରିପଡ଼ିଥିବା ଦେଖି ଧଣ୍ଡାତୋପା ବନ ବିଭାଗକୁ ସୂଚନା ଦେଇଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି । ଏକ ସପ୍ତାହ ପୂର୍ବରୁ ଏହି କଲରାପତରିଆର ମୃତ୍ୟୁ ଘଟିଥିବା ଅଞ୍ଚଳବାସୀ କହୁଥିବା ବେଳେ ଏପର୍ଯ୍ୟନ୍ତ ବନବିଭାଗ ନିକଟରେ କୌଣସି ଖବର ନାହିଁ।  ଏହା ସମସ୍ତଙ୍କୁ ଚକିତ କରିଛି।  ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଶୋରନଗର ବ୍ଲକ ବାମୁର ରେଞ୍ଜ ଅନ୍ତର୍ଗତ ଫୁଲଝର ଜଙ୍ଗଲରୁ ୨୦୨୨ ଅକ୍ଟୋବର ୬ରେ ଏକ କଲରାପତରିଆ ବାଘକୁ ଶିକାରୀ ମାନେ ମାରି ଚମଡ଼ା ଚାଲାଣ କରୁଥିବାବେଳେ ବନବିଭାଗ ଚମଡା ଜବତକରି ୪ ଜଣଙ୍କୁ ଗିରଫ କରିଥିଲା। ସେହିପରି ୨୦୨୧ ଡିସେମ୍ବର ୧୮ରେ ହଣ୍ଡପା ରେଞ୍ଜ ବାତ୍ରାଖୋଳ ଜଙ୍ଗଲ ନିକଟ ପିରମହିଳାର ଏକ ବିଲରେ ଫାଶରେ ପଡି ଏକ କଲରାପରତିଆ ବାଘର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବନ ବିଭାଗ କାହାକୁ ଗିରଫ କରିପାରିନଥିଲା।
ଆଠମଲ୍ଲିକ ଉପଖଣ୍ଡରେ ଏଭଳି ବାରମ୍ବାର ଶିକାରୀ ହାତରେ କଲରାପତରିଆର ମୃତ୍ୟୁ ହେଉଥିବାରୁ ପରିବେଶବିତ୍‌ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି। କେତେକ ଅସାଧୁ ବନ କର୍ମଚାରୀ ଶିକାରୀଙ୍କ ସହ ମିଶି ଏଭଳି ବାଘ ଶୀକାରରେ ମାତିଥିବା ସାଧାରଣରେ ଅଭିଯୋଗ ହେଉଛି। ବାଘର ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories